ହୁଗୁଳି ନଦୀ ଧାରେ ଧାରେ ୬୦ ସେକେଣ୍ଡ୍‌ରେ ୨୦ ହଜାର ଚାରା ଲଗାଇବ ରିଭର୍‌ ଟ୍ରାଫିକ୍‌ ପୋଲିସ୍‌

କୋଲକାତା: ଏଇ ରବିବାର ଦିନ ୬୦ ସେକେଣ୍ଡ୍‌ରେ ହୁଗୁଳି ନଦୀର ଧାରେ ଧାରେ ୨୦ ହଜାର ଚାରା ଲଗାଇବାକୁ ଯୋଜନା କରିଛି ରିଭର୍‌ ଟ୍ରାଫିକ୍‌ ପୋଲିସ। ବେକଳ ସେତିକି ନୁହେଁ ‘ଗ୍ରିନ୍‌ ସିଟି- କ୍ଲିନ୍‌ ସିଟି’ ଯୋଜନାରେ ସହରକୁ ଅଧିକ ସବୁଜ ଓ ପରିଷ୍କାର କରିବାକୁ କୋଲକାତା ପୁଲିସ ୧୭-ସୂତ୍ରୀ କାର୍ଯ୍ୟକ୍ରମ କରିଛି।

ହୁଗୁଳି ତଟ ସଫେଇ, ପ୍ରତ୍ୟେକ ଥାନା ଅଧୀନସ୍ଥ ଅଞ୍ଚଳକୁ ସଫାସୁତୁରା ରଖିବା ଏବଂ ପୁରୁଣା ପୋଷ୍ଟର୍‌ ଏବଂ ବ୍ୟାନର ହଟାଇବା ଆଦି କାର୍ଯ୍ୟ ଏହି ପ୍ରକଳ୍ପରେ ସାମିଲ କରାଯାଇଛି।

କୋନ୍ନାଗର-ପାନିହାତି ଠାରୁ ବଜ୍‌ ବଜ୍‌ ଯାଏଁ ୯୦ କିଲୋମିଟର ବ୍ୟାପି ହୁଗୁଳିର ଉଭୟ କୂଳରେ ଜୈବିକ ସଂରକ୍ଷଣ କରିବା ନିମନ୍ତେ ଏହା ଏକ ଅୟମାରମ୍ଭ। ଚାରା ରୋପଣ ଅଭିଯାନ ଆରମ୍ଭ କରିବା ପୂର୍ବରୁ ରାଜ୍ୟ ବନ ବିଭାଗ ସହ ବିସ୍ତତ ଆଲୋଚନା କରାଯାଇଛି।

୯୦ କିଲୋମିଟର ବ୍ୟାପ୍ତ ନଦୀ ଧାର ଲାଗି ୨୦ ହଜାର ଚାରା କିଛି ନୁହେଁ କହିଲେ ଚଳେ, କିନ୍ତୁ ଆସନ୍ତା ଅଳ୍ପ କେତେ ବର୍ଷ ମଧ୍ୟରେ ୪ ଲକ୍ଷ ଚାରା ରୋପଣ ଲକ୍ଷ୍ୟ ହାସଲ କରିବା ନିମନ୍ତେ ଏହା ସୁନ୍ଦର ଉଦ୍ୟମ ବୋଲି ଜଣେ ଅଧିକାରୀ କହିଛନ୍ତି।

ବୃକ୍ଷ ରୋପଣ ଯୋଗୁଁ ନଦୀକୂଳସ୍ଥ ମୃତ୍ତିକା କ୍ଷୟକୁ ମଧ୍ୟ ରୋକି ହେବ।

ସମ୍ବନ୍ଧିତ ଖବର