ଡ୍ରଗ୍‌ସ ମାମଲା ସିବିଆଇକୁ ହସ୍ତାନ୍ତର କରାଯାଉ: ରିୟା

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ତାଙ୍କ ବିରୋଧରେ ଚାଲିଥିବା ଡ୍ରଗ୍‌ସ ମାମଲାକୁ ଏନ୍‌ସିବି ବଦଳରେ ସିବିଆଇକୁ ହସ୍ତାନ୍ତର କରାଯାଉ ବୋଲି ବମ୍ବେ ହାଇକୋର୍ଟଙ୍କୁ ଜଣାଇଛନ୍ତି। ଏହି ମାମଲାର ତଦନ୍ତ ଦାୟିତ୍ବ ଏନ୍‌ସିବିର ପରିସରଭୁକ୍ତ ନୁହେଁ ବେଲି ରିୟାଙ୍କ ଓକିଲ ସତୀଶ ମନସିନ୍ଧେ ବମ୍ବେ ହାଇକୋର୍ଟଙ୍କୁ ଜଣ‌ାଇଛନ୍ତି। ସୂଚନାଯୋଗ୍ୟ, ଡ୍ରଗ୍‌ସ କାରବାର ମାମଲାରେ ଏନ୍‌ସିବି ରିୟା ଚକ୍ରବର୍ତ୍ତୀ ଓ ତାଙ୍କ ଭାଇ ସୌଭିକଙ୍କ ସମେତ ୧୬ ଜଣଙ୍କୁ ଗିରଫ କରିଛି। ରିୟା ‘ଡ୍ରଗ୍‌ସ ସିଣ୍ଡିକେଟ୍‌’ର ଜଣେ ସଦସ୍ୟ ବୋଲି ଏନ୍‌ସିବି ଅଭିଯୋଗ କରିଆସୁଛି। ସୁଶାନ୍ତ ସିଂହ ରାଜପୁତ୍‌ଙ୍କ ପାଇଁ ରିୟା ନିଶା ବେପାରୀଙ୍କଠାରୁ ଡ୍ରଗ୍‌ସ କିଣୁଥିଲେ ବୋଲି ଏନ୍‌ସିବି ପ୍ରମାଣ ପାଇଥିଲା।

ସମ୍ବନ୍ଧିତ ଖବର