ମୁମ୍ବାଇ : ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ସିବିଆଇ ଆଜି ତାଙ୍କ ବାନ୍ଧବୀ ରିୟା ଚକ୍ରବର୍ତ୍ତୀଙ୍କ ବାପାମାଆଙ୍କୁ ଜେରା କରିଛି। ସୁଶାନ୍ତଙ୍କ ସହିତ ସେମାନଙ୍କର ସମ୍ପର୍କ କିଭଳି ଥିଲା ତାହା ଜାଣିବା ପାଇଁ ସିବିଆଇ ପ୍ରୟାସ କରିଛି। ସିବିଆଇର ତଦନ୍ତକାରୀ ଅଧିକାରୀମାନେ ସେମାନଙ୍କୁ ବିଭିନ୍ନ ବିଷୟରେ ପ୍ରଶ୍ନ କରିଛନ୍ତି। ବିଶେଷକରି ସୁଶାନ୍ତଙ୍କ ପରିବାର ସହ ସେମାନଙ୍କର ସମ୍ପର୍କ ଥିଲା କି ନାହିଁ ତାହା ଉପରେ ଖୋଳତାଡ଼ କରିଛନ୍ତି। ସେହିଭଳି ସୁଶାନ୍ତଙ୍କ ଆର୍ଥିକ ବ୍ୟାପାରରେ ସେମାନେ ମୁଣ୍ଡ ଖେଳାଉଥିଲେ କି? ଏପରିକି ଔଷଧ ନେବା ପାଇଁ ସେମାନେ ସୁଶାନ୍ତଙ୍କୁ ବାଧ୍ୟ କରୁଥିଲେ କି? ଏଭଳି ଅନେକ ପ୍ରଶ୍ନ ସିବିଆଇ ରିୟାଙ୍କ ବାପାମାଆଙ୍କୁ ପଚାରିଛି। ପ୍ରଥମ ଥର ପାଇଁ ରିୟାଙ୍କ ବାପାମାଆଙ୍କୁ ସିବିଆଇ ଟିମ୍ ଘେରିଛି। ଡିଆରଡିଓ ଗେଷ୍ଟ ହାଉସକୁ ସେମାନଙ୍କୁ ଆଜି ସମନ ଜରାଯାଇ ପଚରଉଚରା କରାଯାଇଛି। ପୂର୍ବାହ୍ନ ୧୧ଟାବେଳେ ରିୟାଙ୍କ ବାପା ଇନ୍ଦ୍ରଜିତ ଚକ୍ରବର୍ତ୍ତୀ ଓ ମାଆ ସନ୍ଧ୍ୟା ଚକ୍ରବର୍ତ୍ତୀ ଗେଷ୍ଟ ହାଉସରେ ପହଞ୍ଚିଥିଲେ। ପୁଲିସର ଏକ ସୁରକ୍ଷା ଗାଡ଼ି ମଧ୍ୟ ସେମାନଙ୍କ କାର୍ ସହିତ ଆସିଥିଲା। ବାପାମାଆଙ୍କ ବ୍ୟତୀତ ରିୟାଙ୍କ ଦୁଇ ଜଣ ମ୍ୟାନେଜରଙ୍କୁ ମଧ୍ୟ ତଦନ୍ତକାରୀ ଅଧିକାରୀମାନେ ଆଜି ପଚରାଉଚରା କରିଛନ୍ତି। ଉଲ୍ଲେଖଯୋଗ୍ୟ, ସୁଶାନ୍ତଙ୍କ ପରିବାର ପକ୍ଷରୁ ପାଟନା ଯେଉଁ ଏତଲା ଦାଏର ହୋଇଛି ସେଥିରେ ରିୟାଙ୍କ ସମେତ ତାଙ୍କ ବାପାମାଆଙ୍କ ନାମରେ ସୁଶାନ୍ତଙ୍କୁ ଆତ୍ମହତ୍ୟା କରିବା ପାଇଁ ଉସୁକାଇବା ଅଭିଯୋଗ ରହିଛି।
ରିୟାଙ୍କ ବାପାମାଆଙ୍କୁ ସିବିଆଇର ଜେରା
/sambad/media/post_attachments/wp-content/uploads/2020/09/riya.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)