ଲାଲୁ ଯାଦବଙ୍କ ସ୍ୱାସ୍ଥ୍ୟ ଅବନତି; ଆଇଜିଆଇଏମ୍‌ଏସ୍‌ରେ ଭର୍ତ୍ତି

ପାଟନା: ରାଷ୍ଟ୍ରୀୟ ଜନତା ଦଳ ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଅବନତି ଘଟିବାରୁ ଶନିବାର ଦିନ ତାଙ୍କୁ ଇନ୍ଦିରା ଗାନ୍ଧୀ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ୍‌ ସାଇନ୍‌ସେସ୍‌ରେ ନିଆ ଯାଇଛି। ଜାମିନ୍‌ରେ ଆସିଥିବା ଲାଲୁଙ୍କର ଶ୍ୱାସପ୍ରଶ୍ୱାସ ଜନିତ ସମସ୍ୟା ଦେଖା ଦେବାରୁ ତାଙ୍କୁ ତୁରନ୍ତ ଡାକ୍ତରଖାନା ନିଆ ଯାଇଥିଲା।

ସମ୍ପ୍ରତି ଆଇଜିଆଇଏମ୍‌ଏସ୍‌ର ଡାକ୍ତରମାନେ ତାଙ୍କର ଚିକିତ୍ସା କରୁଛନ୍ତି।

କେତେ ଗୁଡ଼ିଏ ଗୋଖାଦ୍ୟ ସମ୍ପର୍କୀୟ ଦୁର୍ନୀତିରେ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ କାରାଦଣ୍ଡ ଭୋଗୁଥିବା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କୁ ମେ ୧୧ ତାରିଖ ଦିନ ୬ ସପ୍ତାହ ପାଇଁ ପ୍ରୋଭିଜ୍‌ନାଲ୍‌ ଜାମିନ ଦେଇଥିଲେ ରାଞ୍ଚି ହାଇକୋର୍ଟ।

ପୁଅ ବାହାଘରରେ ଯୋଗ ଦେବା ପାଇଁ ପୂର୍ବରୁ ତାଙ୍କୁ ତିନି ଦିନ ପାଇଁ ପାରୋଲ୍‌ ମିଳିଥିଲା। ତାଙ୍କୁ ଗଣମାଧ୍ୟମ ଆଗରେ କିଛି କହିବାକୁ ଅଦାଲତ ବାରଣ କରିଛି। ତାଙ୍କର ଗତିବିଧି ଭିଡିଓ ରେକର୍ଡିଂ ହେଉଛି।

ଉଭୟ ବିହାର ଓ ଝାଡ଼ଖଣ୍ଡ ପୁଲିସ ତାଙ୍କୁ କଡ଼ା ନିରାପତ୍ତା ମଧ୍ୟରେ ରଖିଛନ୍ତି।

ସମ୍ବନ୍ଧିତ ଖବର