ପାଟନା: ଲାଲୁ ଯାଦବଙ୍କ ଆରଜେଡିରେ ଏବେ ପାରିବାରକ କନ୍ଦଳ ଦେଖାଦେଇଛି। ସାନ ଭାଇ ତେଜସ୍ୱୀ ଯାଦବ ତାଙ୍କୁ ଦଳରେ ତାଙ୍କୁ କଣଠେସା କରୁଛନ୍ତି ବୋଲି ତେଜ ପ୍ରତାପ ଯାଦବ ଅଭିଯୋଗ ଆଣିଛନ୍ତି। ଗଣମାଧ୍ୟମକୁ ସୂଚନା ଦେଇ ସେ କହିଥିଲେ ଯେ, ଆମେ ସମସ୍ତେ ରାଜନୀତି କରୁଛୁ, କିନ୍ତୁ ଏବେ ଆରଜେଡିରେ ଚାଲିଥିବା ରାଜନୀତି ଅତ୍ୟନ୍ତ ଦୁଃଖଦାୟକ। କିଛି ଅସାମାଜିକ ବ୍ୟକ୍ତିଙ୍କୁ ତେଜସ୍ୱୀ ଦଳକୁ ଆଣିଛନ୍ତି, ଯେଉଁମାନେ କି ଦୁଇ ଭାଇଙ୍କ ମଧ୍ୟରେ ଫାଟ ସୃଷ୍ଟି କରିବାକୁ ଚେଷ୍ଟା କରୁଛନ୍ତି ବୋଲି ସେ କହିଛନ୍ତି। ଏହି ଖବର ପ୍ରସାରିତ ହେବା ପରେ ତେଜପ୍ରତାପ ଟ୍ଵିଟ କରି ଏସବୁକୁ ଗୁଜବ ବୋଲି କହିଛନ୍ତି।
ଆରଜେଡିରେ ପାରିବାରିକ କନ୍ଦଳ
/sambad/media/post_attachments/wp-content/uploads/2018/06/download-33.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)