ବିହାରରେ ଆର୍‌ଜେଡି ନେତାଙ୍କୁ ଅପହରଣ, ଏସ୍‌ଆଇଟି ତଦନ୍ତ ହେବ

ପାଟନା:ବିହାରର ଛାପ୍ରାରେ ଜଣେ ଆର୍‌ଜେଡି ନେତା ସୁନୀଲ ରାୟଙ୍କୁ ତାଙ୍କ ଅଫିସ୍‌ରୁ ଅପହରଣ କରାଯାଇଛି। ସାରନ ପୁଲିସ ଦ୍ବାରା ଜାରି ହୋଇଥିବା ଏକ ବିବୃତି ଅନୁଯାୟୀ କିଛି ଅଜଣା ଲୋକ ଏକ ଗାଡ଼ିରେ ଆସି ସୁନୀଲ ରାୟ (୪୨)ଙ୍କୁ ତାଙ୍କ ଅଫିସ ବାହାରୁ ଅପହରଣ କରିନେଇଥିଲେ। ଉକ୍ତ ମାମଲାର ତଦନ୍ତ ପାଇଁ ଏକ ଏସ୍‌ଆଇଟି (ସ୍ବତନ୍ତ୍ର ତଦନ୍ତକାରୀ ଟିମ୍‌) ଗଠନ ହୋଇଛି। ପୁଲିସ ସିସିଟିଭି ଫୁ‌ଟେଜ୍‌ ଆଧାରରେ ତଦନ୍ତ ଆରମ୍ଭ କରିଛି ଏବଂ ପ୍ରତ୍ୟକ୍ଷଦର୍ଶୀମାନଙ୍କୁ ପଚରାଉଚୁରା କରୁଛି। ସୁନୀଲ ରାୟଙ୍କୁ ଠାବ କରିବାପାଇଁ ସମସ୍ତ ପ୍ରକାର ଉଦ୍ୟମ କରାଯାଉଛି ବୋଲି ପୁଲିସ କହିଛି।

ସୁନୀଲଙ୍କ ବାପା କହିଛନ୍ତି, ସୁନୀଲ ଆଜି ଏକ ‌ଫୋନ୍‌ କଲ୍‌ ପାଇବାପରେ ଶୀଘ୍ର ପାର୍ଟି ଅଫିସ ବାହାରି ଯାଇଥିଲେ। କୌଣସି ପ୍ରକାର ବ୍ୟକ୍ତିଗତ ଶତ୍ରୁତା କଥାକୁ ସେ ଖଣ୍ଡନ କରିଛନ୍ତି। ସୁନୀଲଙ୍କ ଅପହରଣ ଘଟଣାରେ ବିଜେପି ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି। ବିଜେପି ନେତା ଏବଂ ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତାରାକିଶୋାର ପ୍ରସାଦ କହିଛନ୍ତି, ମହାମେଣ୍ଟ ସରକାର ଗଠନ ହେବାପରେ ବିହାରରେ ଆଇନ ଶୃଙ୍ଖଳା ସ୍ଥିତି ବିଗିଡ଼ି ଯାଇଛି। ଯଦି ଆଇନ ଶୃଙ୍ଖଳା ସ୍ଥିତି ଏଭଳି ଭାବେ ବିଗିଡ଼ିଯାଏ ତେବେ ସମସ୍ତଙ୍କୁ ଏହାର ଫଳ ଭୋଗିବାକୁ ପଡ଼ିବ।

ସମ୍ବନ୍ଧିତ ଖବର