କଷ୍ଟ ହେଉଛି, ତଥାପି ରାଲି କରୁଛି; ଏଭଳି କହି ଅଣ୍ଟାରେ ବାନ୍ଧିଥିବା ବେଲ୍ଟ ଦେଖାଇଲେ ତେଜସ୍ବୀ

ପାଟନା: ଲୋକସଭା ନିର୍ବାଚନ ଚାଲିଥିବା ବେଳେ ଏବେ ସମସ୍ତ ଦଳର ଷ୍ଟାର ପ୍ରଚାରକମାନେ ବିଶାଳ ସମାବେଶ କରୁଛନ୍ତି। ଆଜିକାଲି ଆରଜେଡି ନେତା ତେଜସ୍ୱୀ ଯାଦବ ମଧ୍ୟ ପ୍ରଚାରରେ ବ୍ୟସ୍ତ ଅଛନ୍ତି। ଏହି ସମୟରେ ତେଜସ୍ୱୀ ଯାଦବ ଏକ ଭିଡିଓ ପୋଷ୍ଟ କରିଛନ୍ତି ଯେଉଁଥିରେ ସେ ଏକ ରାଲିରେ କୂର୍ତ୍ତା ଉଠାଇ ଅଣ୍ଟାରେ ବନ୍ଧା ହୋଇଥିବା ବେଲ୍ଟ ଦେଖାଉଥିବାର ନଜର ଆସିଛନ୍ତି। ନିଜ ପୋଷ୍ଟରେ ତେଜସ୍ୱୀ ଯାଦବ କହିଛନ୍ତି ଯେ ଅଣ୍ଟା ଯନ୍ତ୍ରଣାରୁ ମୁକ୍ତି ପାଇବା ପାଇଁ ଡାକ୍ତରମାନେ ତାଙ୍କୁ ତିନି ସପ୍ତାହ ବିଶ୍ରାମ ନେବାକୁ ପରାମର୍ଶ ଦେଇଥିଲେ। କିନ୍ତୁ ସେ ଲୋକସଭା ନିର୍ବାଚନ ପ୍ରଚାରରୁ ବିରତି ନ ନେବାକୁ ନିଷ୍ପତ୍ତି ନେଇଛନ୍ତି।

ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ଏକ୍ସ ପୋଷ୍ଟରେ ଲେଖିଛନ୍ତି, “ମୁଁ ଅସହ୍ୟ ଅଣ୍ଟା ଯନ୍ତ୍ରଣା ପାଇଁ ଇଞ୍ଜେକ୍ସନ ଏବଂ ଔଷଧ ନେଉଛି। ଏହା ସହ ଅଣ୍ଟାରେ ଏକ ବେଲ୍ଟ ବାନ୍ଧିଛି। ଡାକ୍ତରମାନେ ମୋତେ ତିନି ସପ୍ତାହ ପର୍ଯ୍ୟନ୍ତ ବିଶ୍ରାମ ନେବାକୁ ପରାମର୍ଶ ଦେଇଥିଲେ ଏବଂ ମୋତେ ଠିଆ ‌ନହେବାକୁ ଓ ନଚାଲିବାକୁ କହିଥିଲେ। କିନ୍ତୁ ଏ ଅବସ୍ଥାରେ ବି ମୁଁ ଏଠାକୁ ଆସିଛି ଆପଣମାନଙ୍କ ପାଇଁ। ୫ବର୍ଷରେ ଥରେ ନିର୍ବାଚନ ଅନୁଷ୍ଠିତ ହୁଏ। ଯଦି ଆପଣ ବର୍ତ୍ତମାନ ନିଜ ପାଇଁ ଲଢ଼ିବେ ନାହିଁ, ତେବେ ଆପଣଙ୍କୁ ଆହୁରି ୫ବର୍ଷ ପାଇଁ ଦାରିଦ୍ର୍ୟ, ମୁଦ୍ରାସ୍ଫୀତି ଏବଂ ବେରୋଜଗାର ସମସ୍ୟାର ସାମ୍ନା କରିବାକୁ ପଡିବ। ମୁଁ ଯୁବପିଢ଼ିମାନଙ୍କୁ ଚାକିରି ଯୋଗାଇନଦେବା ପର୍ଯ୍ୟନ୍ତ ବିଶ୍ରାମ ନେବି ନାହିଁ |” ଏଭଳି କହୁଥିବା ବେଳେ ସେ ନିଜର କୂର୍ତ୍ତା ଟେକି ବେଲ୍ଟ ଦେଖାଉଥିବା ଭିଡିଓରେ ଦେଖାଯାଇଛି।

ସମ୍ବନ୍ଧିତ ଖବର