ପାଟଣା: ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ବଢିଲା ରାଜନୈତିକ ବୟାନବାଜି । ଚଳିତ ବର୍ଷ ନିର୍ବାଚନ ଥିବାରୁ ଏବେ ବିହାରରେ ସରଗରମ ହୋଇଛି ପାଣିପାଗ । ଗୋଟେ ପଟେ ଦଳ ଡିଆଁ ଯେମିତି ଚାଲିଛି ଅନ୍ୟପଟେ ବିଭିନ୍ନ ରାଜନୈତିକ ଦଳ ଭିତରେ ବୟାନବାଜି, କଟାକ୍ଷ ଏବଂ ସମାଲୋଚନା ଜୋରଦାର ହେଉଛି ।
ତେବେ ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ନିର୍ବାଚନୀ ସଂଶୋଧନ ପ୍ରସଙ୍ଗରେ ଆରଜେଡି ନେତା ତେଜସ୍ୱୀ ଯାଦବ ବଡ ଅଭିଯୋଗ କରିଛନ୍ତି । ନିର୍ବାଚନ କମିଶନଙ୍କ ଉପରେ ସିଧାସଳଖ ଅଭିଯୋଗ ଆଣି ତେଜସ୍ବୀ କହିଛନ୍ତି, ଆମେ ଆମର ପ୍ରତିନିଧି ଦଳ ସହିତ ନିର୍ବାଚନ କମିଶନଙ୍କୁ ଭେଟିବାକୁ ବାରମ୍ବାର ଅନୁରୋଧ କରିଆସୁଛୁ । କିନ୍ତୁ ଦୁର୍ଭାଗ୍ୟଜନକ କଥା ଯେ ସେ ଆମକୁ ଭେଟୁ ନାହାନ୍ତି । ଯେଉଁ ରାଜ୍ୟରେ ନିର୍ବାଚନ ହେବାକୁ ଯାଉଛି, ଯଦି ବିରୋଧୀ ଦଳ ନିର୍ବାଚନ କମିଶନଙ୍କୁ ଭେଟିବାକୁ ଚାହାନ୍ତି ତେବେ ନିର୍ବାଚନ କମିଶନ ସେମାନଙ୍କୁ ଭେଟିବା ପାଇଁ ସମୟ ଦେବା କଥା ହେଲେ ସେ ଦେଉନାହାନ୍ତି । ଆମେ ପୂର୍ବରୁ ଏଭଳି କେବେ ଦେଖିନାହୁଁ ।
#WATCH | Patna | On the matter of electoral revision before Bihar Assembly elections, RJD leader Tejashwi Yadav says, "We have been continuously requesting to meet the Election Commission with our delegation. But it is unfortunate that in the state where elections are to be held,… pic.twitter.com/1ExC8wfOZ8
— ANI (@ANI) July 2, 2025
ତେଜସ୍ବୀ ଆହୁରି ମଧ୍ଯ କହିଛନ୍ତି- ଏହି ଭଳି ଲୋକମାନେ ଗଣତନ୍ତ୍ରକୁ ନଷ୍ଟ କରିବାରେ ଲାଗିଛନ୍ତି ଏବଂ ନିର୍ବାଚନ କମିଶନ ସମ୍ବିଧାନକୁ ଖଣ୍ଡ ଖଣ୍ଡ କରିବାକୁ ନିଷ୍ପତ୍ତି ବୋଧେ ନେଇ ସାରିଛନ୍ତି । ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ନିଜେ ନିର୍ବାଚନ କମିଶନଙ୍କୁ ଚିଠି ଲେଖିଛନ୍ତି କିନ୍ତୁ ତାଙ୍କ ଠାରୁ କୌଣସି ଉତ୍ତର ମିଳିନାହିଁ । ଆମେ ଶୁଣିଛୁ ଯେ ସିଏ କାଳେ ମେଣ୍ଟ ପ୍ରତିନିଧି ଦଳକୁ ଭେଟିବେ ନାହିଁ ବରଂ ପ୍ରତ୍ୟେକ ଦଳକୁ ପୃଥକ ଭାବରେ ଭେଟିବେ। କିନ୍ତୁ କାହିଁକି ? ବୋଲି ପ୍ରଶ୍ନ କରିଛନ୍ତି ତେଜସ୍ବୀ ।
ନିର୍ବାଚନ କମିଶନଙ୍କୁ କଟାକ୍ଷ କରି ତେଜସ୍ବୀ କହିଛନ୍ତି- ନିର୍ବାଚନ କମିଶନ ଏବେ ମୋଦୀଙ୍କ କମିଶନ ହୋଇଗଲାଣି । ବିଜେପି ଏବଂ ନୀତୀଶ କୁମାର ଏହି ପ୍ରସଙ୍ଗରେ ନୀରବ। ସେମାନେ ଏଥର ନିର୍ବାଚନ ହାରୁଛନ୍ତି ତେଣୁ ନିର୍ବାଚନ କମିଶନ ସେମାନଙ୍କୁ ପଛରୁ ସାହାଯ୍ୟ କରୁଛନ୍ତି । ଦୁର୍ଭାଗ୍ୟଜନକ ଯେ, ଏହା ପୂର୍ବରୁ କେବେ ଏମିତି ଘଟିନାହିଁ କି ନିର୍ବାଚନ କମିଶନ କୌଣସି ରାଜନୈତିକ ଦଳକୁ ସମୟ ଦେଇ ନାହାଁନ୍ତି ।
Patna | On the matter of electoral revision before Bihar Assembly elections, RJD leader Tejashwi Yadav says,"...In future, Modi ji will impose President's Rule in Bihar and take full charge into his hands...Election Commission has become a puppet...It is a significant issue that… https://t.co/GzwjxWH5EF
— ANI (@ANI) July 2, 2025
ସେମାନେ ଗୋଟିଏ ରାଷ୍ଟ୍ର, ଗୋଟିଏ ନିର୍ବାଚନ ବିଷୟରେ କଥା ହେଉଛନ୍ତି କିନ୍ତୁ ଗୋଟିଏ ସ୍ଥାନରେ ମଧ୍ୟ ନିର୍ବାଚନ ସଠିକ୍ ଭାବରେ ପରିଚାଳନା କରିପାରୁ ନାହାନ୍ତି । ନିର୍ବାଚନ କମିଶନର ମିଷ୍ଟର ଇଣ୍ଡିଆ ସାଜିଛନ୍ତି । ଭବିଷ୍ୟତରେ ମୋଦୀ ବିହାରରେ ରାଷ୍ଟ୍ରପତି ଶାସନ ଲାଗୁ କରିବେ ଏବଂ ସମ୍ପୂର୍ଣ୍ଣ ଦାୟିତ୍ୱ ନିଜ ହାତରେ ନେବେ ବୋଲି ତେଜସ୍ବୀ ଅନୁମାନ କରି କହିଛନ୍ତି । ଏଠି ନ୍ୟାୟ ନାହିଁ ? ନିର୍ବାଚନ କମିଶନ ପ୍ରଧାନମନ୍ତ୍ରୀ ଏବଂ ଅନ୍ୟାନ୍ୟ ପ୍ରମୁଖ ନେତାଙ୍କ ଭାଷଣ ପାଇଁ ସେମାନଙ୍କ ବିରୁଦ୍ଧରେ କେବେ କୌଣସି କାର୍ଯ୍ୟାନୁଷ୍ଠାନ ନେଇନାହାନ୍ତି ବୋଲି ତେଜସ୍ବୀ ଅଭିଯୋଗ କରିଛନ୍ତି ।
ସେପଟେ ଲାଲୁ ଯାଦବ ମୋଦୀ-ନୀତୀଶଙ୍କୁ ଡେଲିଭରୀ ବୟ କହି କଟାକ୍ଷ କରିଛନ୍ତି । ଏକ୍ସରେ ଏକ ପୋଷ୍ଟ କରି ଲାଲୁ କହିଛନ୍ତି- ନିର୍ବାଚନ ବେଳେ ବିହାରର ଗଳି କନ୍ଦିରେ ଏବେ ମିଛ ପ୍ରତିଶ୍ରୁତି ନେଇ ବୁଲୁଥିବା ଦୁଇ ଡେଲିଭରୀ ବୟଙ୍କୁ ଦେଖିବାକୁ ମିଳିବ । ଜଣଙ୍କ ବ୍ୟାଗରେ ଅଚ୍ଛେ ଦିନ ଥିବ ଆଉ ଜଣଙ୍କ ବ୍ୟାଗରେ ସ୍ବତନ୍ତ୍ର ରାଜ୍ୟ ଥିବ, ଯାହାକୁ ନେଇ ଏମାନେ ଖୁବ ବୁଲୁଥିବେ ବୋଲି ଲାଲୁ କହିଛନ୍ତି । ଲାଲୁଙ୍କ କଟାକ୍ଷ ପରେ ଏବେ ବିହାର ରାଜନୀତିରେ ହଟଚମଟ ସୃଷ୍ଟି ହୋଇଛି ।