ପାଟନା: ସଦ୍ୟ ସରିଥିବା ବିହାର ବିଧାନସଭା ନିର୍ବାଚନ ପରେ ବିହାରର ଗୋଟିଏ ଆସନରେ ହେବାକୁ ଥିବା ରାଜ୍ୟସଭା ନିର୍ବାଚନ ପାଇଁ ରାଜନୈତିକ ପାଣିପାଗ ସରଗରମ ରହିଛି | ଏଲଜେପି ସୁପ୍ରିମୋ ରାମ ବିଳାସ ପାଶୱାନଙ୍କ ଦେହାନ୍ତ ପରେ ଖାଲି ପଡିଥିବା ରାଜ୍ୟସଭା ଆସନ ପାଇଁ ବିଜେପି ବିହାରର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ସୁଶୀଲ କୁମାର ମୋଦୀଙ୍କୁ ପ୍ରାର୍ଥୀ କରିଛି। ଅନ୍ୟପକ୍ଷରେ, ମହାଗଠବନ୍ଧନରୁ ମଧ୍ୟ ଏହି ଆସନ ପାଇଁ ପ୍ରାର୍ଥୀ ଦେବାକୁ ପ୍ରୟାସ ଆରମ୍ଭ ହୋଇଛି |
ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ମହାଗଠବନ୍ଧନ ଏଲଜେପି ଅଧ୍ୟକ୍ଷ ଚିରାଗ ପାଶୱାନଙ୍କ ମା ତଥା ରାମ ବିଳାସ ପାଶୱାନଙ୍କ ପତ୍ନୀ ରୀନା ପାଶୱାନଙ୍କୁ ପ୍ରାର୍ଥୀ କରିପାରେ | ସୂଚନା ମୁତାବକ ବିହାରରୁ ଖାଲିପଡିଥିବା ଆସନଟି ରାମ ବିଳାସ ପାଶୱାନଙ୍କ ପରିବାର ହାତରେ ଥିଲା | ଆଉ ଆଶା କରାଯାଉଥିଲା ଯେ ତାଙ୍କ ମୃତ୍ୟୁ ପରେ ରାମବିଳାସ ଙ୍କ ପତ୍ନୀ ତାଙ୍କ ସ୍ଥାନରେ ଯିବେ |
କିନ୍ତୁ କିନ୍ତୁ ଶେଷ ମୁହୂର୍ତ୍ତରେ ଏନଡିଏ ବିହାରର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ସୁଶୀଲ କୁମାର ମୋଦୀଙ୍କୁ ଏହି ଆସନରୁ ପ୍ରାର୍ଥୀ କରିଥିଲା। ଆଉ ଚିରାଗଙ୍କ ସମର୍ଥନ ପାଇବା ସହ ବିଜେପିକୁ ଟକ୍କର ଦେବା ପାଇଁ ରୀନା ପାଶୱାନଙ୍କୁ ପ୍ରାର୍ଥୀ କରିବାକୁ ଏବେ ଆରଜେଡି ଚାଁହୁଛି | କିନ୍ତୁ ଏଲଜେପି ପକ୍ଷରୁ ଏ ସମ୍ପର୍କରେ କୌଣସି ବିବୃତ୍ତି ଆସିନାହିଁ। ସୂଚନା ଅନୁଯାୟୀ ଡିସେମ୍ବର ୧୪ରେ ରାଜ୍ୟସଭା ଉପନିର୍ବାଚନ ହେବ |
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/11/reena_3989648_835x547-m.jpg)