ବିହାର ନିର୍ବାଚନ : ଘୋଷଣାପତ୍ର ଜାରି କଲା ଆରଜେଡି, ଭୋଟରଙ୍କୁ ଆକୃଷ୍ଟ କରିବାକୁ ଲୋଭନୀୟ ପ୍ରତିଶ୍ରୁତି

ପାଟନା : ବିହାର ନିର୍ବାଚନ ଲାଗି ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣକୁ ଆଉ ମାତ୍ର ୪ ଦିନ ଥିବାବେଳେ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ପକ୍ଷରୁ ଆଜି ନିଜର ନିର୍ବାଚନୀ ଘୋଷଣାପତ୍ର ଜାରି କରାଯାଇଛି । ଆରଜେଡି ପ୍ରତିଷ୍ଠାତା ଲାଲୁ ପ୍ରସାଦ ଯାଦବଙ୍କ ପୁଅ ତଥା ଆରଜେଡିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ତେଜସ୍ବୀ ଯାଦବ ଓ ଦଳର ଅନ୍ୟ ବରିଷ୍ଠ ନେତାମାନେ ଏହି ଘୋଷଣାପତ୍ରର ଉନ୍ମୋଚନ କରିଛନ୍ତି ।

ଏହି ଘୋଷଣା ପତ୍ରରେ ଦଳ ପକ୍ଷରୁ ରାଜ୍ୟବାସୀଙ୍କୁ ଆକୃଷ୍ଟ କରିବାକୁ ଅନେକ ଲୋଭନୀୟ ପ୍ରତିଶ୍ରୁତି ଦିଆଯାଇଛି ।

ଦଳ କ୍ଷମତାକୁ ଆସିଲେ ଯୁବକ ଯୁବତୀମାନଙ୍କ ପାଇଁ ୧୦ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି କରାଯିବ । ଦଳ କ୍ଷମତାକୁ ଆସିବା ପରେ ପ୍ରଥମ କ୍ୟାବିନେଟ ବୈଠକ ଡାକି ଏ ସମ୍ପର୍କରେ ଘୋଷଣା କରାଯିବ ବୋଲି ତେଜସ୍ବୀ କହିଛନ୍ତି । ଏହାଛଡ଼ା ବିହାରକୁ ଏକ ସମୃଦ୍ଧ ଓ ପ୍ରଗତିଶୀଳ ରାଜ୍ୟରେ ପରିଣତ କରାଯିବ । ଶିକ୍ଷା, ଶିଳ୍ପ, ସ୍ମାର୍ଟ ଗ୍ରାମ, ପଞ୍ଚାୟତି ରାଜ ଉପରେ ଗୁରୁତ୍ବ ଦିଆଯିବ । ଆହୁରି ମଧ୍ୟ ଦାରିଦ୍ର୍ୟ ଦୂରୀକରଣ, ସ୍ବାସ୍ଥ୍ୟସେବାର ବିକାଶ ଆଦି କ୍ଷେତ୍ର ଉପରେ ମଧ୍ୟ ପ୍ରଥମିକତା ଦିଆଯିବ ।

ଗତକାଲି ବିହାରର ନଓ୍ବାଡାଠାରେ ଅନୁଷ୍ଠିତ ନିର୍ବାଚନୀ ସଭାରେ ଉଦବୋଧନ ଦେଇ ତେଜସ୍ବୀ ବିହାରରେ ୧୦ ଲକ୍ଷ ନିଯକ୍ତି ସୁଯୋଗ ସୃଷ୍ଟି କରାଯିବ ବୋଲି କହିଥିଲେ ।

ସମ୍ବନ୍ଧିତ ଖବର