ପଢ଼ିବା ବେଳେ ଝୁଣ୍ଟିଲେ: ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଦେଖି ଲେଖାଯାଇଥିବା ଭାଷଣ ଦେଇ ପାରିଲେନି ତେଜସ୍ବୀ

ପାଟନା: ରାଜ୍ୟ ବିଧାନସଭାରେ ଆୟୋଜିତ ଏକ କାର୍ଯ୍ୟକ୍ର‌ମରେ ଯୋଗ ଦେବା ପାଇଁ ପ୍ରଧାନମନ୍ତ୍ରୀ ବିହାର ଗସ୍ତ କରିଥିଲେ। ବିହାର ବିଧାନସଭା ଅଟ୍ଟାଳିକାର ଶତବାର୍ଷିକୀ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ସ୍ବାସ୍ଥ୍ୟ ସଂକ୍ରାନ୍ତରେ ସଂକ୍ଷିପ୍ତ ଆଲୋଚନା ହୋଇଥିଲା। ପ୍ରଧାନମନ୍ତ୍ରୀ ମୋଦୀ ବିଧାନସଭା ପରିସରରେ ‘ଶତବାର୍ଷିକୀ ସ୍ତମ୍ଭ’ ଉନ୍ମୋଚନ କରିଥିଲେ। ବିହାର ବିଧାନସଭାକୁ କୌଣସି ପ୍ରଧାନମନ୍ତ୍ରୀ ଆସିବାରରେ ଏହା ଥିଲା ପ୍ରଥମ ଘଟଣା। ଏହି କାର୍ଯ୍ୟକ୍ର‌ମରେ ଆରଜେଡି ନେତା ତେଜସ୍ବୀ ଯାଦବ ଭାଷଣ ଦେବା ସମୟରେ ବାରମ୍ବାର ଅଟକୁଥିବା ଦେଖାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ବିଧାନସଭା ବାଚସ୍ପତି ବିଜୟ ସିହ୍ନାଙ୍କ ସ୍ୱାଗତ ଭାଷଣ ପରେ ଦ୍ୱିତୀୟ ନମ୍ବର ଭାଷଣ ଦେବା ପାଇଁ ତେଜସ୍ୱୀ ଯାଦବଙ୍କୁ ଡକାଯାଇଥିଲା। ମଞ୍ଚ ଉପରକୁ ଆସିବା ପରେ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ଲିଖିତ ଭାଷଣ ପଢ଼ୁଥିବା ଦେଖିବାକୁ ମିଳିଥିଲା। ତେଜସ୍ୱୀ ଯାଦବ ଭାଷଣ ଦେଉଥିବା ବେଳେ ତାଙ୍କ ଉପରେ ସମସ୍ତଙ୍କ ଆଖି ଅଟକି ଯାଇଥିଲା। ଲେଖାଯାଇଥିବା ଭାଷଣ ପଢ଼ିବାବେଳେ ତେଜସ୍ୱୀ ଯାଦବ ଅନେକ ଥର ଅଟକି ଯାଇଥିଲେ।

କାଲିର ଏହି ଘଟଣାକୁ ନେଇ ଏବେ ତେଜସ୍ବୀଙ୍କୁ ଟାର୍ଗେଟ କରିଛି ବିଜେପି। ଦଳର ମୁଖପାତ୍ର ଅରବିନ୍ଦ କୁମାର ସିଂ କହିଛନ୍ତି ଯେ, ବିହାର ବିଧାନସଭାର ଶତବାର୍ଷିକୀ ସମାରୋହରେ ବିରୋଧୀ ଦଳର ନେତା ତେଜସ୍ୱୀ ଯାଦବ ତାଙ୍କର ଅଶିକ୍ଷା କାରଣରୁ ବିହାରକୁ ଦୁଃଖିତ କରିଛନ୍ତି।  ସେ ଯେଉଁ ରାଜ୍ୟ ବିରୋଧୀଦଳର ନେତା ଏତେ ବଡ଼ ମଞ୍ଚରେ ଏକ ଲିଖିତ ଭାଷଣ ପଢ଼ିପାରିଲେ ନାହିଁ, ଏଥିରୁ ସେ କେତେ ଗୁଣବାନ ଏବଂ ତାଙ୍କର କାର୍ଯ୍ୟ କରିବାର କ୍ଷମତା କ’ଣ ତାହା ଆକଳନ କରାଯାଇପାରେ।

ସମ୍ବନ୍ଧିତ ଖବର