ଆରକେଏସ୍‌ ଭଦୋରିଆ ହେବେ ପରବର୍ତ୍ତୀ ବାୟୁସେନା ମୁଖ୍ୟ

କୋଲକାତା: ଏୟାର ମାର୍ସାଲ୍‌ ଆର୍‌କେଏସ୍‌ ଭଦୋରିଆ ହେବେ ପରବର୍ତ୍ତୀ ବାୟୁସେନା ମୁଖ୍ୟ। ବାୟୁସେନା ମୁଖ୍ୟ ବିଏସ୍‌ ଧନୋଆ ଆସନ୍ତା ସେପ୍ଟେମ୍ବର ୩୦ ତାରିଖରେ ଅବସର ନେବାପରେ ଭଦୋରିଆ ନୂଆ ମୁଖ୍ୟ ଭାବେ ଦାୟିତ୍ବ ଗ୍ରହଣ କରିବେ। ପ୍ରତିରକ୍ଷା ମନ୍ତ୍ରାଳୟର ପ୍ରମୁଖ ମୁଖପାତ୍ର ଆଜି ଏନେଇ ଏକ ଟ୍ବିଟ୍‌ ମାଧ୍ୟମରେ ଘୋଷଣା କରିଛନ୍ତି। ଏବେ ବାୟୁସେନାର ଉପମୁଖ୍ୟ ଥିବା‌ ଭଦୋରିଆ ୧୯୮୦ ଜୁନ୍‌ରେ ବାୟୁସେନାର ଫାଇଟର ଷ୍ଟ୍ରିମ୍‌ରେ ‌ଯୋଗ ଦେଇଥିଲେ। ବାୟୁସେନାର ଉପମୁଖ୍ୟ ହେବା ପୂର୍ବରୁ ଭଦୋରିଆ ବାୟୁସେନାର ବେଙ୍ଗାଲୁରୁ ଟ୍ରେନିଂ କମାଣ୍ଡ୍‌ର ମୁଖ୍ୟ ଥିଲେ। ଫ୍ରାନ୍ସ ସହ ୩୬ ର‌ାଫେଲ୍‌ ଯୁଦ୍ଧ ବିମାନ ଚୁକ୍ତି ପାଇଁ ଭାରତର ବୁଝାମଣା ଟିମ୍‌ର ସେ ଅଧ୍ୟକ୍ଷ ଥିଲେ। ଏନ୍‌ଡିଏ (ଜାତୀୟ ପ୍ରତିରକ୍ଷା ଏକାଡେମି)ର ସେ କମାଣ୍ଡାଣ୍ଟ୍‌ ଥିଲେ। ସେଣ୍ଟ୍ରାଲ୍‌ ଏୟାର କମାଣ୍ଡ୍‌ରେ ସେ ଜଣେ ବରିଷ୍ଠ ଅଧିକାରୀ ଭାବେ ଦାୟିତ୍ବ ନିର୍ବାହ କରିଛନ୍ତି। ଭଦୋରିଆ ମା‌ର୍ଚ୍ଚ ୧, ୨୦୧୭ରୁ ଉତ୍ତର ଏୟାର କମାଣ୍ଡ୍‌ର ଏୟାର ଅଫିସର କମାଣ୍ଡିଂ ଇନ୍‌ ଚିଫ୍‌ ଭାବେ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ନିର୍ବାହ କରିଛନ୍ତି।

ସମ୍ବନ୍ଧିତ ଖବର