ନୂଆଦିଲ୍ଲୀ: ରାଷ୍ଟ୍ରୀୟ ଲୋକଦଳ (ଆରଏଲଡି) ସୋମବାର ବିଜେପି ନେତୃତ୍ୱାଧୀନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନଡିଏ)ରେ ଆନୁଷ୍ଠାନିକ ଭାବେ ସାମିଲ ହୋଇଛି। ଏହି ଅବସରରେ ଆରଏଲଡି ସଭାପତି ଜୟନ୍ତ ଚୌଧୁରୀ କହିଛନ୍ତି ଯେ ସେ ବହୁତ ସତର୍କତାର ସହ ଚିନ୍ତା କରିବା ପରେ ଏହି ନିଷ୍ପତ୍ତି ନେଇଛନ୍ତି। ରାଷ୍ଟ୍ରୀୟ ଦଳ ମୁଖ୍ୟଙ୍କ ଜେଜେବାପା ଚୌଧୁରୀ ଚରଣ ସିଂହଙ୍କୁ ଭାରତ ରତ୍ନ ପ୍ରଦାନ ଘୋଷଣା ହେବାର ତିନି ଦିନ ପରେ ଏହି ଗୁରୁତ୍ବପୂର୍ଣ୍ଣ ରାଜନୈତିକ ଘଟଣା ଘଟିଛି।
ଚୌଧୁରୀ ଚରଣ ସିଂହଙ୍କୁ ଭାରତ ରତ୍ନ ପ୍ରଦାନ ପାଇଁ ଘୋଷଣା ହେବାର ଗୋଟିଏ ଦିନ ପରେ ଜୟନ୍ତ କହିଥିଲେ, 'ଦିଲ ଜିତ୍ ଲିଆ', ତାଙ୍କ ଜେଜେବାପା ଚୌଧୁରୀ ଚରଣ ସିଂହଙ୍କୁ ଭାରତ ରତ୍ନ ପ୍ରଦାନ କରିଥିବାରୁ ସେ ମୋଦୀ ସରକାରଙ୍କୁ ପ୍ରଶଂସା କରିଥିଲେ।
ଚୌଧୁରୀ ଚରଣ ସିଂହଙ୍କୁ 'ଭାରତ ରତ୍ନ' ମିଳିବା ପରେ ଜୟନ୍ତ ଚୌଧୁରୀ ବିରୋଧୀଙ୍କ 'ଭାରତ' ମେଣ୍ଟ ଛାଡି ଏନଡିଏରେ ଯୋଗ ଦେଇପାରନ୍ତି ବୋଲି ଅନୁମାନ କରାଯାଉଥିଲା, ଯାହାଶେଷରେ ନିଶ୍ଚିତ ହୋଇଯାଇଛି।
ଗତ ସାଧାରଣ ନିର୍ବାଚନରେ ରାଷ୍ଟ୍ରୀୟ ଲୋକଦଳ କଂଗ୍ରେସ ନେତୃତ୍ବାଧୀନ ୟୁପିଏ ମେଣ୍ଟରେ ଯୋଗ ଦେଇଥିଲା । ସେହିପରି ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ଏହି ଦଳ ସମାଜବାଦୀ ପାର୍ଟି ସହ ମିଶି ନିର୍ବାଚନ ଲଢିଥିଲା ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/02/WhatsApp-Image-2024-02-12-at-18.18.27.jpeg)