ପୁରୀ : ଗତକାଲି ଅପରାହ୍ଣରେ ପୁରୀ ରେଳ ଷ୍ଟେସନର ୨ ନମ୍ବର ପ୍ଲାଟଫର୍ମରେ ଛିଡ଼ା ହୋଇଥିବା ନୌସେନାର ଏକ ଟ୍ରେନ୍ର ରନ୍ଧନ ଗ୍ୟାସ୍ ଟାଙ୍କିର ପ୍ରଚଣ୍ଡ ବିସ୍ଫୋରଣ ସହ ୁ ଟ୍ରେନ୍ର କବାଟ ଝରକା ସବୁ ୩୦ ଫୁଟ ଦୂରକୁ ଫୋପାଡ଼ି ହୋଇ ପଡ଼ିଥିଲା। ଟ୍ରେନ୍ର ପ୍ୟାଣ୍ଟ୍ରି କାର ନିଆଁ ଲାଗି ହୁତହୁତ ହୋଇ ଜଳି ଉଠିଥିଲା।ଏହି ଘଟଣାର ତଦନ୍ତ ପାଇଁ ଆଜି ରେଳବାଇ ଏସପି ବନବିହାରି ସାହୁ ପୁଣିରେ ପହଞ୍ଚିଛନ୍ତି। ଶ୍ରୀ ସାହୁ ଓ ଓଡ଼ିଶା ପୁଲିସର ବରିଷ୍ଠ ଅଧିକାରୀମାନେ ଫୋରେନ୍ସିକ୍ ଯିମ୍ ଓ ହଗ୍ସ୍କ୍ଵାଡ୍ ନେଇ ଘଟରାସ୍ଥରେ ତଦନ୍ତ ଆରମ୍ଭ କରିଛନ୍ତି।
ପୁରୀ ଷ୍ଟେସନର ଟ୍ରାଫିକ୍ ଇନେ୍ସ୍ପକ୍ଟର ସୁରେନ୍ଦ୍ରନାଥ ଜେନାଙ୍କ ସୂଚନା ଅନୁସାରେ, ଗତକାଲିି ଅପରାହ୍ଣ ୪ଟା ବେଳେ ଏହି ମିଲିଟାରୀ ଟ୍ରେନ୍ (ଭାରତୀୟ ନୌସେନା ସେବା ଚିଲିକା ସ୍ୱତନ୍ତ୍ର ଟ୍ରେନ୍-୦୮୪୧୩)ଡେଲାଙ୍ଗରୁ ଆସି ଏଠାରେ ପହଞ୍ଚିଥିଲା। ନିୟମିତ ସର୍ଭିସିଂ ପରେ ଏହି ଟ୍ରେନ୍ ଆଜି ୫ଟାରେ ଏହା ଚିଲିକା ଅଭିମୁଖେ ବାହାରିଥାନ୍ତା। କିନ୍ତୁ ଗତକାଲି ୫ଟା ବେଳେ ଏହାର ପ୍ୟାଣ୍ଟ୍ରି କାର୍ ଭିତରେ ଥିବା ୫ କିଲୋଗ୍ରାମ ଓଜନର ଏକ ଗ୍ୟାସ୍ ସିଲିଣ୍ଡର ଫାଟି ଯାଇଥିଲା। ଛୋଟ ଗ୍ୟାସ୍ ଟାଙ୍କିକୁ ଏଠାରେ ବେଆଇନ ଭାବରେ ବ୍ୟବହାର କରାଯାଉଥିଲା ବୋଲି ଶ୍ରୀ ଜେନା କହିଛନ୍ତି।
ଯାଞ୍ଚ ବେଳେ ଏହି ପ୍ୟାଣ୍ଟ୍ରି କାର ଭିତରୁ ୧୨ଟି ସିଲିଣ୍ଡର ମିଳିଛି। ସମସ୍ତ ସିଲିଣ୍ଡର ଇଣ୍ଡେନ କମ୍ପାନୀ ଓ ଘରୋଇ ବ୍ୟବହାର ପାଇଁ ବୋଲି ଜଣାପଡ଼ିଛି।ଏଗୁଡ଼ିକୁ ରେଳବାଇ ପୁଲିସ୍ ଜବତ କରିଛ।ଏ ସବୁ ତଦନ୍ତ ପରିସରଭୁକ୍ତ ହୋଇଥିବା ଷ୍ଟେସନ କର୍ତ୍ତୃପକ୍ଷ କହିଛନ୍ତି।ତେବେ ଟ୍ରେନ ଭିତରକୁ ଛୋଟ ଗ୍ୟାସ ଟାଙ୍କି କିଭଳି ଆସିଲା ଏ ସଂକ୍ରାନ୍ତରେ ମିଲିଟାରୀ ଟ୍ରେନ୍ର କୌଣସି କର୍ମଚାରୀ ମୁହଁ ଖୋଲୁନାହାନ୍ତି। ଏପଳି ପରିସ୍ଥିତିରେ ଆଜି ବରିଷ୍ଠ ପୁଲିସ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।
ପୁରୀ :ନୌସେନା ଟ୍ରେନ୍ ବିସ୍ଫୋରଣ ଘଟଣାର ତଦନ୍ତ ଆରମ୍ଭ
/sambad/media/post_attachments/wp-content/uploads/2018/01/puri-9.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)