ସଡ଼କ ଦୁର୍ଘଟଣାରେ ୧୧ ମୃତ

ନାଗପୁର : ମହାରା‌ଷ୍ଟ୍ରର ଚନ୍ଦ୍ରପୁର ଜିଲ୍ଲାରେ ଗତକାଲି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୧୧ ଜଣଙ୍କ ମୃତ୍ୟୁ ହୋଇ ଯାଇଛି ଏବଂ ୫ ଜଣ ଆହତ ହୋଇଛନ୍ତି। ଗତକାଲି ରାତି ପାଖାପାଖି ୧୦ଟା ସମୟରେ କୋରପାନା-ୱାନି ରୋଡ୍‌ରେ ଏକ ଟ୍ରକ୍‌ ଗୋଟିଏ ଭ୍ୟାନ୍‌କୁ ଧକ୍କା ଦେବା ଫଳରେ ଏହି ଦୁର୍ଘଟଣା ଘଟିଛି। ମୃତକଙ୍କ ମଧ୍ୟରେ ୭ ଜଣ ମହିଳା ଏବଂ ୨ ଜଣ ନାବାଳକ ଅଛନ୍ତି। ଆହତମାନଙ୍କୁ ନିକଟସ୍ଥ ଚିକିତ୍ସାଳୟରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି।

ସମ୍ବନ୍ଧିତ ଖବର