ସଡ଼କ ଦୁର୍ଘଟଣା, ୧୩ ମୃତ

ନୂଆଦିଲ୍ଲୀ: ହିମାଚଳ ପ୍ରଦେଶର ରାଜଧାନୀ ସିମଲାରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୧୩ ଜଣଙ୍କ ମୃତ୍ୟୁ ଘଟିଛି। ସିମଲାର ଜୁବଲ୍‌ ଅଂଚଳରେ ଏକ ଜପ୍‌ ନିୟନ୍ତ୍ରଣ ହରାଇ ଖାଇକୁ ଖସିବାରୁ ଏଥିରେ ଯାଉଥିବା ସମସ୍ତ ୧୩ ଜଣଙ୍କ ମୃତ୍ୟୁ ଘଟିଥିବା ସ୍ଥାନୀୟ ପୁଲିସ ସୂତ୍ରରୁ ପ୍ରକାଶ। ଜିପ୍‌୍‌ଟି ଉତ୍ତରାଖଣ୍ଡ ଅଭିମୁଖେ ଯାଉଥିବା ବେଳେ ରାସ୍ତାରେ କୌଣସି କାରଣରୁ ଅନିୟନ୍ତ୍ରିତ ହୋଇ ଦୁର୍ଘଟଣାର ଶିକାର ହୋଇଥିଲା।

ସମ୍ବନ୍ଧିତ ଖବର