ଜୟପୁର: ଗତକାଲି ବିଳମ୍ବିତ ରାତ୍ରିରେ ରାଜସ୍ଥାନର ସିକର ଜିଲ୍ଳାରେ ଏକ ବଡ଼ ଧରଣର ସଡ଼କ ଦୁର୍ଘଟଣା ଘଟିଥିବାର ସୂଚନା ମିଳିଛି। ମିଳିଥିବା ସୂଚନା ଅନୁଯାୟୀ, ଖାଟୁଶ୍ୟାମ ଥାନା ଅନ୍ତର୍ଗତ ଚୋମୁ ପୁରୋହିତାନ ଗ୍ରାମ ନିକଟରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏକ ଯାତ୍ରୀବାହୀ ବସ ଓ ଜିପ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାଫଳରେ ଦୁର୍ଘଟଣା ଘଟିଥିଲା ଏବଂ ଏଥିରେ ୭ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୨ ଜଣ ଆହତ ହୋଇଥିବାର ଖବର ମିଳିଛି । ରିଙ୍ଗୁସ ଓ ଖାଟୁଶ୍ୟାମଜୀ ସହରକୁ ଯୋଡୁଥିବା ରାସ୍ତାରେ ଏହ ଦୁର୍ଘଟଣା ଘଟିଛି ।

Advertisment

ଦୁର୍ଘଟଣା ପରେ ସମସ୍ତ ଆହତମାନଙ୍କୁ ଖାଟୁଶ୍ୟାମ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଗୁରୁତର ଆହତମାନଙ୍କୁ ଜୟପୁରସ୍ଥିତ ଏସଏମଏସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଖବର ପାଇ ଖାଟୁଶ୍ୟାମ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଥିବା ଜଣାଯାଇଛି। ପ୍ରାଥମିକ ତଦନ୍ତରୁ ଜଣାଯାଇଛି ଯେ ଉଭୟ ଗାଡ଼ି ଖୁବ ଦ୍ରୁତ ଗତିରେ ଆସୁଥିବା ଯୋଗୁଁ ହିଁ ଏହି ଦୁର୍ଘଟଣା ଘଟିଛି।

publive-image image source--indiatv

ଏହି ଘଟଣାରେ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ ଗଭୀର ଦୁଃଖ ପ୍ରକାଶ କରିଛନ୍ତି।