ଟ୍ରକ ଓ ବସ ମଧ୍ୟରେ ଧକ୍କା ହେବା ଫଳରେ ୧୦ଜଣଙ୍କ ମୃତ୍ୟୁ

ଜୟପୁର: ରାଜସ୍ଥାନର ବିକାନୀର ଜିଲ୍ଲାରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିବା ଫଳରେ ୧୦ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୫ ଜଣ ଆହତ ହୋଇଥିବା ଖବର ମିଳିଛି। ଏକ ଟ୍ରକ ଓ ବସ ମଧ୍ୟରେ ଧକ୍କା ହେବା ଫଳରେ ଏଭଳି ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଥିବା ଜଣାଯାଇଛି।

ପ୍ରାପ୍ତ ସୂଚନା ଅନୁଯାୟୀ, ଆଜି ସକାଳେ ବିକାନୀର ଜିଲ୍ଲା ଶ୍ରୀଡୁଙ୍ଗରଗଡ ଦେଇ ଯାଇଥିବା ୧୧ନମ୍ବର ଜାତୀୟ ରାଜପଥରେ ଏକ ବସ ଓ ଟ୍ରକ ମଧ୍ୟରେ ଦୁର୍ଘଟଣା ଘଟିଥିଲା। ସେତେବେ. ଉଭୟ ବସ ଓ ଟ୍ରକର ବେଗ ଅଧିକ ଥିବା କୁହାଯାଉଛି। ଉଭୟ ବସ ଓ ଟ୍ରକ ରାସ୍ତା ଉପରେ ଓଲଟି ପଡିଥିଲା । ଫଳରେ ଘଟଣାସ୍ଥଳରେ ହିଁ ୧୦ଜଣ ବସଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୨୫ ଜଣ ଆହତ ହୋଇଛନ୍ତି ।

बीकानेर में NH-11 पर भीषण सड़क हादसा, 10 लोगों की मौत, 20 से अधिक घायल
image source-news18

ଖବରପାଇ ପୁଲିସ ଏବଂ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତି କରିଥିଲେ ।ଏବେ ବି ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ଜଣାଯାଇଛି ।

ସମ୍ବନ୍ଧିତ ଖବର