ସ୍କୁଲ ଭ୍ୟାନକୁ ପିଟିଲା ବସ୍‌, ଡ୍ରାଇଭର ଓ ୭ ଛାତ୍ରଛାତ୍ରୀ ମୃତ

ସତନା: ମଧ୍ୟପ୍ରଦେଶର ସତନା ଜିଲ୍ଲାର ତୁରକହା ବିରସିଙ୍ଗାପୁର ପାଖରେ ଏକ ସ୍କୁଲ ଭ୍ୟାନ୍‌ ଓ ବସ୍‌ ଭିତରେ ଟକ୍କର ହେବାରୁ ଏକ ବଡ଼ ଦୁର୍ଘଟଣା ଘଟିଛି। ଏଥିରେ ଡ୍ରାଇଭର ସମେତ ସାତ ଜଣ ପିଲାଙ୍କର ଶୋଚନୀୟ ମୃତ୍ୟୁ ଘଟିଥିବା ଜଣାଯାଇଛି। ପ୍ରତ୍ୟକ୍ଷ ଦର୍ଶୀଙ୍କ ଅନୁଯାୟୀ ବିରାସିଙ୍ଗପୁର ପାଖରେ ରାଜୁ କୋଚ୍‌ ଖୁବ୍‌ ଜୋରରେ ଯାଉଥିଲା। ଅଚାନକ ଡ୍ରାଇଭର ବସ୍‌ର ସନ୍ତୁଳନ ହରାଇଥିଲା ଓ ତାହା ସାମ୍ନାପଟୁ ଆସୁଥିବା ଏକ ସ୍କୁଲ ଭ୍ୟାନ୍‌ ସହିତ ବାଡେଇ ହେଲା।


ଏହି ଦୁର୍ଘଟଣା ଏତେ ମର୍ମନ୍ତୁଦ ଥିଲା ଯେ ସ୍କୁଲ ଭ୍ୟାନ୍‌ଟି ରାସ୍ତାରୁ ବେଶ୍‌ ଦୂରରେ ଛିଟ୍‌କି ପଡ଼ିଲା। ଏହି ଦୁର୍ଘଟଣାରେ ସାତ ଜଣ ସ୍କୁଲ ଛାତ୍ର ଛାତ୍ରୀ ଓ ମ୍ୟାଜିକ୍‌ର ଡ୍ରାଇଭର୍‌ ଘଟଣା ସ୍ଥଳରେ ମୃତ୍ୟୁ ଘଟିଲା। ଅପରପକ୍ଷରେ ଆଉ କେତେକ ଛାତ୍ର ଭିଷଣ ଭାବେ ଆହତ ହୋଇଛନ୍ତି। ମୃତକମାନଙ୍କୁ ପୋଷ୍ଟମର୍ଟମ ଲାଗି ପଠାଇ ଦିଆଯାଇଛି। ଆହତ ଛାତ୍ରଛାତ୍ରୀମାନଙ୍କୁ ଜିଲ୍ଲା ହସ୍ପିଟାଲରେ ଚିକିତ୍ସିତ କରାଯାଉଛି। ମୃତକଙ୍କ ସଂଖ୍ୟା ବଢିପାରେ ବୋଲି ଆଶଙ୍କା କରାଯାଉଛି।

ସମ୍ବନ୍ଧିତ ଖବର