ଲକ୍‌ଡାଉନ୍ ବେଳର ନିଆରା ଚିତ୍ର: ୬୦୦ ଦୁର୍ଘଟଣା, ୧୪୦ ମୃତ୍ୟୁ ହୋଇଛି

ନୂଆଦିଲ୍ଲୀ : ଲକ୍‌ଡାଉନ୍ ବେଳର ଏକ ନିଆରା ଚିତ୍ର ସାମନାକୁ ଆସିଛି। ଏହି ସମୟ ଭିତରେ ଦେଶରେ ୬୦୦ରୁ ଅଧିକ ରାସ୍ତା ଦୁର୍ଘଟଣା ସଂଘଟିତ ହେବା ସହ ସେଥିରେ ୧୪୦ ଜଣଙ୍କର ଜୀବନହାନି ଘଟିଛି ବୋଲି ସବେର୍କ୍ଷଣ ସଂସ୍ଥା ସେଭ୍‌ଲାଇଫ୍ ଫାଉଣ୍ଡେସନ୍ ପକ୍ଷରୁ ଜଣାଯାଇଛି। ଏହି ଦୁର୍ଘଟଣାର ମୃତକଙ୍କ ମଧ୍ୟରୁ ପ୍ରାୟ ୧୦୦ କେବଳ ଦିଲ୍ଲୀ, ମହାରାଷ୍ଟ୍ର, ଗୁଜରାଟ, ଆସାମ, କେରଳ, କର୍ଣ୍ଣାଟକ, ରାଜସ୍ଥାନ, ପଞ୍ଜାବ ଏବଂ ତମିଲନାଡୁ ଆଦି ରାଜ୍ୟର। ମୃତକଙ୍କ ମଧ୍ୟରୁ ୩୦ ପ୍ରତିଶତ କେବଳ ଅନ୍ୟରାଜ୍ୟରୁ ନିଜ ରାଜ୍ୟକୁ ଫେରୁଥିବା ଦାଦନ ଶ୍ରମିକ ବୋଲି ସ୍ପଷ୍ଟ ହୋଇଛିା ସେହିପରି ମୋଟ ମୃତକଙ୍କ ମଧ୍ୟରୁ ୫୭ ପ୍ରତିଶତ କେବଳ ନିଜେ ଗାଡି଼ ଚଲାଉଥିବା ବେଳେ ଏପରି ଦୁର୍ଘଟଣାର ଶିକାର ହୋଇଛନ୍ତିା ଏପରିକି ସେହି ସମୟରେ ଦ୍ରୁତ ଗାଡି଼ଚାଳନା ହିଁ ସେମାନଙ୍କୁ ମରଣମୁହଁକୁ ଡାକିନେଇଛି। ଯେଉଁମାନେ କି ନିଜ ସେବାସ୍ଥଳକୁ ଆସୁଥିଲେ ବା ଫେରୁଥିଲେ।

ସମ୍ବନ୍ଧିତ ଖବର