ପ୍ରଥମ ଛଅ ମାସରେ ଓଡ଼ିଶାରେ ୪୪୦୪ ସଡ଼କ ଦୁର୍ଘଟଣା, ପ୍ରାଣ ହରାଇଛନ୍ତି ୨୦୫୫ ଜଣ

ନୂଆଦିଲ୍ଲୀ : ଓଡ଼ିଶାରେ ଚଳିତ ବର୍ଷର ପ୍ରଥମ ଛଅ ମାସରେ ଅର୍ଥାତ ଜାନୁଆରିରୁ ଜୁନ ପର୍ଯ୍ୟନ୍ତ ସମୁଦାୟ ୪୪୦୪ ସଡ଼କ ଦୁର୍ଘଟଣାରେ ୨୦୫୫ ଜଣ ପ୍ରାଣ ହରାଇଛନ୍ତି। ସଡ଼କ ଦୁର୍ଘଟଣାରେ ଏହି ସମୟ ଅବଧିରେ ୪,୨୬୮ ଜଣ ଆହତ ହୋଇଛନ୍ତି। ଏହି ତଥ୍ୟ ସୁପ୍ରିମକୋର୍ଟଙ୍କ ରୋଡ଼ ସେଫ୍ଟି କମିଟିରୁ ଜଣାପଡ଼ିଛି।

ଏହି ପରିସଂଖ୍ୟାନରୁ ଏହା ମଧ୍ୟ ସ୍ପଷ୍ଟ ହୋଇଛି ଯେ ପୂର୍ବବର୍ଷ ଏହି ୬ ମାସ ତୁଳନାରେ ଓଡ଼ିଶାରେ ଦୁର୍ଘଟଣା ସଂଖ୍ୟା ଓ ଏହାଜନିତ ମୃତ୍ୟୁ ସଂଖ୍ୟା କମିଛି। ୨୦୧୯ ଜାନୁଆରିରୁ ଜୁନ ପର୍ଯ୍ୟନ୍ତ ଓଡ଼ିଶାରେ ସମୁଦାୟ ୫୮୦୨ଟି ସଡ଼କ ଦୁର୍ଘଟଣା ଘଟିଥିଲା ଏବଂ ଏଥିରେ ୩୦୧୩ ଜଣ ପ୍ରାଣ ହରାଇଥିବା ବେଳେ ୫୯୩୪ ଜଣ ଆହତ ହୋଇଥିଲେ। ସେଭଳି ସଡ଼କ ଦୁର୍ଘଟଣା ମୃତ୍ୟ ମାମଲାରେ ୯୫୮ ସଂଖ୍ୟା କମିଯାଇଛି; ଯାହାର ପ୍ରତିଶତ ହେଉଛି ୩୧.୮ । ଆହାତମାନଙ୍କ ସଂଖ୍ୟା ୧୬୬୬କୁ କମିଯାଇଛି। ଉଲ୍ଲେଖଯୋଗ୍ୟ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳମାନଙ୍କ ଦ୍ବାରା ସୁପ୍ରିମକୋର୍ଟଙ୍କ ରୋଡ ସୁରକ୍ଷା କମିଟିକୁ ପ୍ରଦାନ କରାଯାଇଥିବା ତଥ୍ୟରେ ୨୦୨୦ର ପ୍ରଥମ ଛଅ ମାସରେ ଦେଶରେ ୭୦,୦୦୦ ସଡ଼କ ଦୁର୍ଘଟଣାରେ ୫୬,୨୪୬ ଜଣ ପ୍ରାଣ ହରାଇଥିବାର ଉଲ୍ଲେଖ କରାଯାଇଛି। ଅପରପକ୍ଷେ ୨୦୧୯ର ଏହି ସମୟ ଅବଧିରେ ସଡ଼କ ଦୁର୍ଘଟଣାର ମୃତ୍ୟୁ ସଂଖ୍ୟା ୭୯୬୩୫ ରହିଥିଲା।

ସମ୍ବନ୍ଧିତ ଖବର