ରାତିଦିନ ଯବାନଙ୍କ ପରିଶ୍ରମ ପରେ ସ୍ୱାଭାବିକ ହେଲା ରାସ୍ତା

କୁଲ୍ଲୁ: ଶୀତ ବଢିବା ସହ ଉତ୍ତର ଭାରତରେ ବଢୁଛି ତୁଷାରପାତ । ହିମାଚଳ ପ୍ରଦେଶର କୁଲ୍ଲୁ ଜିଲ୍ଲାରେ ବିଭିନ୍ନ ସ୍ଥାନରେ ବରଫପାତ ଲାଗି ରହିଥିବା ବେଳେ ରୋହତାଙ୍ଗ ପାସ୍ ନିକଟରେ ପ୍ରବଳ ତୁଷାରପାତ ଯୋଗୁଁ ବିଭିନ୍ନ ଯାନବାହନ ଫସିରହିଥିଲା । ତେବେ ବିଆରଓ ବା ବୋର୍ଡର ରୋଡ ଅର୍ଗାନାଇଜେସନର ଯବାନମାନେ ମାଇନସ ଡିଗ୍ରୀ ତାପମାତ୍ରାରେ ରାସ୍ତା ସଫା କରିଛନ୍ତି ।

ପ୍ରବଳ ତୁଷାରପାତ ଯୋଗୁଁ ରୋହତାଙ୍ଗ ପାସ୍ ଅଂଚଳରେ ପ୍ରାୟ ୩ଫୁଟ୍ ପର୍ଯ୍ୟନ୍ତ ବରଫ ଜମିଛି । ତୁଷାରପାତ ଯୋଗୁଁ ସାଧାରଣ ଲୋକଙ୍କ ଗାଡିମଟର ଉପରେ କଟକଣା ଲଗାଯାଇଥିବା ବେଳେ ପୁଲିସ ଓ ସୁରକ୍ଷା କର୍ମୀଙ୍କ ବାହାନ ସେହି ଅଞ୍ଚଳ ଦେଇ ଯାଉଥିବା ବେଳେ ବରଫ ଜମିଥିବା ଯୋଗୁଁ ସେଗୁଡିକ ଫସି ଯାଇଥିଲା ।

ତେବେ ବୋର୍ଡର ରୋଡ ଅର୍ଗାନାଇଜେସନର ଯବାନମାନେ ଦୀର୍ଘ ସମୟ ଧରି କାମ କରି ଏହାକୁ ସଫା କରିଥିଲେ । ରାହନୀନାଲାରୁ ରୋହତାଙ୍ଗ ପର୍ଯ୍ୟନ୍ତ ରାସ୍ତାରେ ବାରମ୍ବାର ବରଫପାତ ଯୋଗୁଁ ରାସ୍ତା ବନ୍ଦ କରିଦିଆଯାଉଛି ।

ସମ୍ବନ୍ଧିତ ଖବର