ସଡ଼କ ସୁରକ୍ଷା: ପ୍ରତି ରାଜ୍ୟକୁ ଅତି କମରେ ୩ ପୁରସ୍କାର

ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ ପକ୍ଷରୁ ଦେଶରେ ସଡ଼କ ଦୁର୍ଘଟଣା ରୋକିବା ପାଇଁ ତତ୍ପରତା ପ୍ରକାଶ ପାଇଛି। ଏହି ମର୍ମରେ କେନ୍ଦ୍ର ସରକାର ଦେଶରେ ସଡ଼କ ସୁରକ୍ଷାକୁ ସୁଦୃଢ଼ କରିବା ପାଇଁ ରୋଡ୍‌ ସେଫ୍‌ଟି ଆକ୍ସନ ପ୍ଲାନ-୨୦୨୬ ପ୍ରସ୍ତୁତି କରିଛନ୍ତି। ଏହି ଯୋଜନାରେ ଦେଶର ଏନ୍‌ଜିଓ, ଟ୍ରଷ୍ଟ ଓ ସୋସାଇଟିମାନଙ୍କୁ ସାମିଲ ସହ ସଡ଼କ ସୁରକ୍ଷା ପାଇଁ ଆର୍ଥିକ ସହାୟତା ପ୍ରଦାନ କରାଯିବ।

ସଡ଼କ ସୁରକ୍ଷାରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ପ୍ରତି ବର୍ଷ ଉପରୋକ୍ତ ସଂସ୍ଥାମାନଙ୍କୁ ସର୍ବାଧିକ ୫ ଲକ୍ଷ ଟଙ୍କାର ଅର୍ଥରାଶି ପ୍ରଦାନ କରାଯିବ। ସେହିଭଳି ସଡ଼କ ସୁରକ୍ଷାରେ ସର୍ବୋତ୍ତମ ପ୍ରର୍ଦଶନ ପାଇଁ ଅତି କମରେ ତିନିଟି ପୁରସ୍କାର ପ୍ରତ୍ୟେକ ରାଜ୍ୟକୁ ପ୍ରଦାନ କରାଯିବ। ପ୍ରଥମ ପୁରସ୍କାର ବାବଦରେ ୫ ଲକ୍ଷ ଟଙ୍କା, ଦ୍ବିତୀୟ ପୁରସ୍କାର ପାଇଁ ଦୁଇ ଲକ୍ଷ ଓ ତୃତୀୟ ପୁରସ୍କାର ବାବଦରେ ଏକ ଲକ୍ଷ ଟଙ୍କା ପ୍ରଦାନ କରାଯିବ। ଏ ସଂପର୍କରେ ଓଡ଼ିଶା ସମେତ ସମସ୍ତ ରାଜ୍ୟର ପରିବହନ ପ୍ରମୁଖ ସଚିବଙ୍କୁ ପତ୍ର ଜରିଆରେ ଅବଗତ କରାଯାଇଛି।

ସମ୍ବନ୍ଧିତ ଖବର