କୋଲକାତା: ଭାରତୀୟ କ୍ରକେଟ ଦଳର ପୂର୍ବତନ ଅଧିନାୟକ ତଥା ବର୍ତ୍ତମାନର ବିସିସିଆ ସଭାପତି କୋଲକାତାର ସୌରଭ ଗାଙ୍ଗୁଲି ଶୁକ୍ରବାର ରସଗୋଲା ଉପରେ କିଛି ବକ୍ତବ୍ୟ ରଖି ଓଡ଼ିଆଙ୍କ ହୃଦୟ ଜିତିଛନ୍ତି। ସେ କହିଛନ୍ତି ଯେ, ରସଗୋଲା ମିଠା ପାଇଁ ଯିଏ ଯାହା କହିଲେ ବି ଏହା ପ୍ରକୃତରେ ଓଡ଼ିଶାର। ଏଠାରେ ଜି ବାଂଲା ପକ୍ଷରୁ ପ୍ରସାରିତ ରିୟଲିଟି ସୋ’ ଦାଦାଗିରିରେ ଯୋଗଦେଇ ଏକଥା ସ୍ପଷ୍ଟ ଭାବେ କହିଛନ୍ତି ଗାଙ୍ଗୁଲି । ଏହି ସୋରେ ସେ ଯୋଗଦେଇ ସରଗୋଲା ସମ୍ପର୍କରେ କହିଛନ୍ତି ଯେ, ରସଗୋଲା ଓଡ଼ିଶାର। ଜଗନ୍ନାଥ ମନ୍ଦିରର ପରମ୍ପରା ସହିତ ଏହା ସଂଯୁକ୍ତ। ମୁଁ ଯୁବାବସ୍ଥାରେ କଟକ ଖେଳିବାକୁ ଯିବା ସମୟରେ ରସଗୋଲା ଖାଇଛି। ଏହାର ସ୍ବାଦ ଖୁବ୍ ବଢ଼ିଆ। ଜଣେ ବଙ୍ଗୀୟ ହୋଇ ମଧ୍ୟ ସୌରଭଙ୍କ ଏହି ସ୍ପଷ୍ଟ ବକ୍ତବ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ସମସ୍ତେ ପ୍ରଶଂସା କରିଛନ୍ତି।
ଉଲ୍ଲେଖଯୋଗ୍ୟ, ଗୁଣ୍ଡିଚା ଯାତ୍ରା ସାରି ଶ୍ରୀଜଗନ୍ନାଥ ମନ୍ଦିରରେ ପ୍ରବେଶ କଲାବେଳେ ସେଠାରେ ଲକ୍ଷ୍ମୀ ଓ ଜଗନ୍ନାଥଙ୍କ ଭିତରେ ବଚସା ହୁଏ। ତେବେ ଲକ୍ଷ୍ମୀଙ୍କୁ ସନ୍ତୁଷ୍ଟ କରିବା ପାଇଁ ଜଗନ୍ନାଥ ରସଗୋଲା ଅର୍ପଣ କରିଥାନ୍ତି। ତେଣୁ ଏହି ସ୍ବାଦିଷ୍ଟ ମିଠା ରସଗୋଲା ପ୍ରକୃତରେ ଓଡ଼ିଶାର। ଜୁଲାଇ ୩୦ ତାରିଖ ୨୦୧୯ରେ ଏହି ଓଡ଼ିଶା ରସଗୋଲାକୁ ଜିଆଇ ମାନ୍ୟତା ମିଳିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/08/4-3.jpg)