ଲାଲୁଙ୍କୁ ଜେଲ ଦଣ୍ଡାଦେଶ ଶୁଣାଇ ଥିବା ସିବିଆଇ ବିଚାରପତିଙ୍କ ଘରେ ଡକାୟତି; ନଗଦ ଟଙ୍କା ସମେତ ସ୍ୱର୍ଣ୍ଣ ଅଳଙ୍କାର ଲୁଟ୍‌

ପାଟନା (ବିହାର): ଚାରା ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ କରି ଲାଲୁପ୍ରସାଦ ଯାଦବଙ୍କୁ ଜେଲ ଦଣ୍ଡାଦେଶ ଶୁଣାଇଥିବା ସିବିଆଇର ସ୍ୱତନ୍ତ୍ର ବିଚାରପତି ଶିବପାଲ ସିଂହଙ୍କ ଉତ୍ତରପ୍ରଦେଶର ଜଲାଉନ୍‌ ସ୍ଥିତ ପୈତୃକ ବାସଭବନରୁ ଗତ ବୁଧବାର ରାତିରେ ଲକ୍ଷାଧିକ ଟଙ୍କାର ସଂପତ୍ତି ଲୁଟ୍‌ ହୋଇଯାଇଛି। ଡକାୟତମାନେ ବିଚାରପତି ସିଂହଙ୍କ ପୈତୃକ ବାସଭବନରୁ ନଗଦ ୬୦ ହଜାର ଟଙ୍କା ସମେତ ୧.୫ରୁ ୨ ଲକ୍ଷ ପର୍ଯ୍ୟନ୍ତ ମୂଲ୍ୟର ଅଳଙ୍କାର ଲୁଟ୍‌ କରି ନେଇଛନ୍ତିି। ଗୁରୁବାର ସକାଳୁ ଘରୁ ଚୋରି ହୋଇ ଯାଇଥିବା ଦେଖିବା ପରେ ବିଚାରପତି ସିଂହଙ୍କ ଭାଇ ସୁରେନ୍ଦ୍ର ସିଂହ ଚୋରି ଘଟଣା ସଂପର୍କରେ ପୁଲିସ୍‌ରେ ଅଭିଯୋଗ କରିବା ପରେ ପୁଲିସ୍‌ ସନ୍ଧାନୀ କୁକୁର ଓ ସାଇଣ୍ଟିିଫିକ୍‌ ଟିମ୍‌ ସହ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।


ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ, ଝାଡ଼ଖଣ୍ଡର ରାଞ୍ଚି ଠାରେ ସିବିଆଇର ସ୍ୱତନ୍ତ୍ର ବିଚାରପତି ଭାବେ ଅବସ୍ଥାପିତ ଥିବା ଶିବପାଲ ସିଂହ ଚାରା ଦୁର୍ନୀତି ମାମଲାରେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ରାଷ୍ଟ୍ରୀୟ ଜନତା ଦଳ (ଆର୍‌ଜେଡି) ସୁପ୍ରିମୋ ଲାଲୁପ୍ରସାଦ ଯାଦବଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ତାଙ୍କୁ ଜେଲଦଣ୍ଡରେ ଦଣ୍ଡିତ କରିଥିଲେ।

ସମ୍ବନ୍ଧିତ ଖବର