ଜୟପୁର: ରାଜସ୍ଥାନର ଉଦୟପୁର ପୁଲିସ ଆଜି ଏକ ବଡ଼ ଖୁଲାସା କରିଛି। ପୁଲିସ କହିଛି ଯେ ଅନଲାଇନ୍ ବେଟିଂ ପାଇଁ ଜଣେ ଇଂଜିନିୟରିଂ ଛାତ୍ର ତାଙ୍କ ପିଲାଦିନର ସାଙ୍ଗ ଘରେ ଚୋରି ଉଦ୍ୟମ କରିଥିଲେ | ଛାତ୍ରଙ୍କୁ ଅନଲାଇନ୍ ବେଟିଂର ଏମିତି ନିଶା ଲାଗିଯାଇଥିଲା ଯେ ସେ ବିପୁଳ ପରିମାଣର ଟଙ୍କା ହରାଇଥିଲେ ଏବଂ ଦେଢ଼ ଲକ୍ଷ ଟଙ୍କା ଋଣ ନେଇଥିଲେ | ଆଉ ଏହି ଋଣ ଟଙ୍କା ପରିଶୋଧ ପାଇଁ ସେ ନିଜ ପିଲାଦିନର ବନ୍ଧୁଙ୍କ ଘରୁ ଚୋରି କରିବାକୁ ଚେଷ୍ଟା କରିଥିଲେ। କେବଳ ଏତିକି ନୁହେଁ ଅଭିଯୁକ୍ତ ତାଙ୍କ ବନ୍ଧୁଙ୍କ ଜେଜେମା’ଙ୍କୁ ମଧ୍ୟ ହତ୍ୟା କରିବାକୁ ଚେଷ୍ଟା କରିଥିଲା। ବର୍ତ୍ତମାନ ଅଭିଯୁକ୍ତ ଇଞ୍ଜିନିୟର ଛାତ୍ରଙ୍କୁ ପୁଲିସ ଗିରଫ କରିଛି | ବାସ୍ତବରେ ଏହି ଘଟଣା ଭୁପାଲପୁରା ଅଞ୍ଚଳରେ ଘଟିଥିଲା। ପୁଲିସର କହିବା ମୁତାବକ ରାଧେଶ୍ୟାମ ବିଲୋଚି ନାମକ ବ୍ୟକ୍ତି ଅଭିଯୋଗ କରିଥିଲେ ଯେ ଜାନୁୟାରୀ ୨୭ ତାରିଖ ଦିନ ଅପରାହ୍ନ ପ୍ରାୟ ୩ଟା ସମୟରେ ହେଲମେଟ ପିନ୍ଧିଥିବା ଜଣେ ସନ୍ଦିଗ୍ଧ ଯୁବକ ଆସିଥିଲେ |

Advertisment

ଯିଏ ତାଙ୍କ ପତ୍ନୀଙ୍କୁ ହତ୍ୟା କରିବାକୁ ଉଦ୍ୟମ କରିଥିଲେ। ତେବେ ପତ୍ନୀଙ୍କ ପାଟି ଶୁଣି ପଡୋଶୀ ଲୋକ ଚାଲିଆସିବାରୁ ସନ୍ଦିଗ୍ଧ ଯୁବକ ବାହାରୁ କବାଟ ବନ୍ଦ କରି ପଳାଇଯାଇଥିଲେ । ଏହା ପରେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ ପରେ ସନ୍ଦେହରେ ପୁଲିସ ୧୯ ବର୍ଷ ବୟସ୍କ ଯୁବକ ବର୍ଣ୍ଣିକ ସିଂଙ୍କୁ ପଚରାଉଚରା କରିଥିଲା। ପଚରାଉଚରା ବେଳେ ସେ ଏହି ଅପରାଧ କରିଥିବା ସ୍ୱୀକାର କରିଥିଲା । ପୁଲିସ ଜାଣିବାକୁ ପାଇଥିଲା ଯେ ଅଭିଯୁକ୍ତ ବର୍ଣ୍ଣିକ ଟଙ୍କା ଲୁଟିବା ଉଦ୍ଦେଶ୍ୟରେ ତାଙ୍କ ବନ୍ଧୁଙ୍କ ଘରେ ପ୍ରବେଶ କରିଥିଲେ ହେଲେ ଲୁଟ ଉଦ୍ୟମ ବିଫଳ ହୋଇଥିଲା | ପଚରାଉଚରା ବେଳେ ଅଭିଯୁକ୍ତ ବର୍ଣ୍ଣିକ କହିଥିଲେ ଯେ ସେ ଅନଲାଇନରେ ବେଟିଂ ଖେଳୁଥିଲେ, ଯେଉଁଥିପାଇଁ ସେ ପ୍ରାୟ ଦେଢ଼ ଲକ୍ଷ ଟଙ୍କା ଋଣ କରିଥିଲେ । ଏହାକୁ ପରିଶୋଧ କରିବା ପାଇଁ ସେ ପିଲାଦିନର ବନ୍ଧୁଙ୍କ ଘରେ ଚୋରି ପାଇଁ ଉଦ୍ୟମ କରିଥିଲେ |