ତୃତୀୟଥର ପ୍ରବର୍ତ୍ତନ ନିର୍ଦେଶାଳୟରେ ହାଜର ହେଲେ ରବର୍ଟ ଭଦ୍ରା

ନୂଆଦିଲ୍ଲୀ: ବିଦେଶରେ ସମ୍ପତ୍ତି କ୍ରୟ କରିବାରେ କଳାଟଙ୍କା ଧଳା କରିଥିବା ଅଭିଯୋଗରେ କଂଗ୍ରେସ ମୁଖ୍ୟ ରାହୁଳ ଗାନ୍ଧୀଙ୍କ ଭିଣୋଇ ରବର୍ଟ ଭଦ୍ରା ଶନିବାର ଦିନ କ୍ରମାଗତ ତୃତୀୟ ଥର ଲାଗି ପ୍ରବର୍ତ୍ତନ ନିର୍ଦେଶାଳୟରେ ହାଜର ହୋଇଛନ୍ତି।

ବ୍ୟକ୍ତିଗତ ଗାଡ଼ିରେ ଭଦ୍ରା ପ୍ରାୟ ୧୦:୪୫ ମିନିଟ୍‌ରେ ପ୍ରବର୍ତ୍ତନ ନିର୍ଦେଶାଳୟର କାର୍ଯ୍ୟାଳୟ କେନ୍ଦ୍ରୀୟ ଦିଲ୍ଲୀର ଜାମନଗର ହାଉସ୍‌ରେ ପହଞ୍ଚିଥିଲେ।

ମାମଲାର ତଦନ୍ତକାରୀ ଅଧିକାରୀ ଭଦ୍ରାଙ୍କୁ ଏ ମାମଲା ସଂକ୍ରାନ୍ତରେ ଅଧିକ ପ୍ରଶ୍ନ ପଚାରିବାକୁ ଚାହାଁନ୍ତି ବୋଲି ଜଣେ ଅଧିକାରୀ କହିଛନ୍ତି। ତେଣୁ ଫେବ୍ରୁଆରି ୬ ଓ ୭ ତାରିଖ ଦିନ ପଚରା ଉଚୁରା କରାଯିବା ପରେ ପୁଣି ଶନିବାର ଦିନ ହାଜର କରିବାକୁ ତାଙ୍କୁ କୁହାଯାଇଥିଲା।

ପ୍ରଥମ ଦିନ ଭଦ୍ରାଙ୍କୁ ସାଢ଼େ ପାଞ୍ଚ ଘଣ୍ଟା ଓ ଦ୍ୱିତୀୟ ଦିନ ପ୍ରାୟ ୯ ଘଣ୍ଟା ପଚରା ଯାଇଥିଲା।

ବିକାନେର୍‌ ଜମି ଦୁର୍ନୀତିରେ ସମ୍ପୃକ୍ତ ଅନ୍ୟ ଏକ କଳାଟଙ୍କା ଧଳା କରିବା ମାମଲାରେ ଫେବ୍ରୁଆରି ୧୨ ତାରିଖ ଦିନ ଭଦ୍ରା ଜୟପୁର ଠାରେ ପ୍ରବର୍ତ୍ତନ ନିର୍ଦେଶାଳୟରେ ହାଜର ହେବେ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର