ସୁଧୁରୁଛି ରବର୍ଟ ଭଦ୍ରାଙ୍କ ସ୍ୱାସ୍ଥ୍ୟ, ସୁସ୍ଥ ଥିବାନେଇ ନିଜେ ଜଣାଇଲେ ରବର୍ଟ

ନୂଆଦିଲ୍ଲୀ: କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ଜ୍ୱାଇଁ ତଥା ପ୍ରିୟଙ୍କା ଗାନ୍ଧୀଙ୍କ ସ୍ୱାମୀ ରବର୍ଟ ଭଦ୍ରାଙ୍କ ଚିକିତ୍ସା ଚାଲିଛି | ତେବେ ଧୀରେ ଧୀରେ ତାଙ୍କ ସ୍ୱାସ୍ଥ୍ୟ ସୁଧୁରୁଥିବା କଥା ଖୋଦ ରବର୍ଟ ଫେସବୁକ ମାଧ୍ୟମରେ ଜଣାଇଛନ୍ତି | ରବର୍ଟ ଲେଖିଛନ୍ତି ଯେ ‘ମୁଁ ଏବେ ଠିକ ଅଛି, ମତେ କିଛି ଦିନ ବିଶ୍ରାମ ନେବାକୁ କୁହାଯାଇଛି ‘ |

oneindia.com

ରବର୍ଟ ଭଦ୍ରାଙ୍କୁ ନୋଏଡ଼ାସ୍ଥିତ ମେଟ୍ରୋ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ରବର୍ଟ ଭଦ୍ର ତାଙ୍କ ପିଠି ଓ ଗୋଡ଼ରେ ଯନ୍ତ୍ରଣା ଅନୁଭବ କରିବାପରେ ତାଙ୍କୁ ଡାକ୍ତରଙ୍କ ପରାମର୍ଶ କ୍ରମେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା | ଏଠାରେ ସୂଚନା ଥାଉ କି ବେଆଇନ୍ ଅର୍ଥ କାରବାର ଅଭିଯୋଗରେ ରବର୍ଟ ଭଦ୍ରା ଫସିଥିବା ବେଳେ ତାଙ୍କୁ ଅଗ୍ରିମ ଜାମିନ୍ ମିଳିଥିଲା ।

ଅଦାଲତର ଅନୁମତି ବିନା ସେ ଦେଶ ବାହାରକୁ ଯାଇ ପାରିବେ ନାହିଁ ବୋଲି ସର୍ତ୍ତ ରଖାଯାଇ ତାଙ୍କୁ ଗିରଫ କରାଯାଇ ନାହିଁ । ତେବେ ଗତ ଜୁନ୍ ମାସରେ ରବର୍ଟ ଭଦ୍ରା ନିଜର ଚିକିତ୍ସା ବିଦେଶରେ କରିବାକୁ ଚାହୁଁଥିବା ବେଳେ ଅଦାଲତ ପକ୍ଷରୁ ତାଙ୍କୁ ୬ମାସ ପାଇଁ ବିଦେଶ ଯିବାକୁ ଅନୁମତି ମିଳିଥିଲା । ଏହାପରେ ରବର୍ଟ ବିଦେଶ ଯାଇ ନିଜ ଚିକିତ୍ସା ମଧ୍ୟ କରାଇଥିଲେ |

ସମ୍ବନ୍ଧିତ ଖବର