ନୂଆଦିଲ୍ଲୀ: ଇଡିରେ ହାଜର ହେଲେ ରବର୍ଟ ଭଦ୍ରା । ଇଡି ୨ୟ ଥର ପାଇଁ ସମନ କରିବା ପରେ ନିଜ ବାସଭବନରୁ ଚାଲିଚାଲି ଆସି ଇଡି କାର୍ୟ୍ୟାଳୟରେ ପହଞ୍ଚିଛନ୍ତି ଶିଳ୍ପପତି ରବର୍ଟ ଭଦ୍ରା ।
#WATCH | Delhi: Businessman Robert Vadra reaches the ED office after being summoned in connection with a Gurugram land case. pic.twitter.com/aCw5wvOCsW
— ANI (@ANI) April 15, 2025
ହରିୟାଣା ଶିକୋହପୁର ଜମି ଦୁର୍ନୀତି ମାମଲାରେ ଇଡି ପୂର୍ବରୁ ଏପ୍ରିଲ ୮ ତାରିଖରେ ସମନ କରିଥିଲା ମାତ୍ର ସେ ହାଜର ହୋଇନଥିଲେ । କିନ୍ତୁ ଆଜି ୨ୟ ଥର ପାଇଁ ସମନ କରିବା ପରେ ହାଜର ପାଇଁ ଆସିଛନ୍ତି କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧୀଙ୍କ ସ୍ବାମୀ ରବର୍ଟ ଭଦ୍ରା।
#WATCH | Delhi: Businessman Robert Vadra marches from his residence to the ED office after being summoned in connection with a Gurugram land case. pic.twitter.com/3Nys0tbJzw
— ANI (@ANI) April 15, 2025
ତେବେ ହାଜର ପୂର୍ବରୁ ବିଜେପି ସରକାର ଉପରେ ବର୍ଷିଛନ୍ତି ରବର୍ଟ । କହିଛନ୍ତି, ଯେବେଯେବେ ଆମେ ଲୋକଙ୍କ କଥା କହିବୁ ଆମ ସ୍ବରକୁ ଚାପିବାକୁ ଏମାନେ ଚେଷ୍ଟା କରିବେ । ସଂସଦରେ ରାହୁଲଙ୍କ ସ୍ବର ଆଉ ଏଠି ମୋ ସ୍ବର ଚାପିଦେବାକୁ ପ୍ରୟାସ ଚାଲିଛି । ଯଦି ମୁଁ ଲୋକଙ୍କ ହକର କଥା କହିବି ଏମାନେ ଇଡି ଭଳି ଏଜେନ୍ସି ଦୂରୁପଯୋଗ କରିବେ । ମୁଁ ସବୁବେଳେ ଇଡିକୁ ସହଯୋଗ କରି ଆସିଛି । ଏହା କେବଳ ରାଜନୈତିକ ପ୍ରତିଶୋଧ ।
#WATCH | Delhi: Businessman Robert Vadra marches from his residence to the ED office after being summoned in connection with a Gurugram land case, alleges 'political vendetta'.
— ANI (@ANI) April 15, 2025
He says, "Whenever I will speak up for people and make them heard, they will try to suppress me... I… pic.twitter.com/mRrRZedq6l
ସେପଟେ ରବର୍ଟ ଭଦ୍ରାଙ୍କ କମ୍ପାନୀ ସ୍କାଇଲାଇଟ୍ ହସ୍ପିଟାଲିଟି ପ୍ରାଇଭେଟ ଲିମିଟେଡକୁ ଗୁରୁଗ୍ରାମରେ ଏକ କଲୋନୀ ନିର୍ମାଣ ପାଇଁ ୩.୫୩ ଏକର ଜମିକୁ ୭.୫୦ କୋଟି ଟଙ୍କାରେ ଦିଆଯାଇଥିଲା । ଏହା ନିର୍ମାଣ କରିବାକୁ ହରିୟାଣା ସରକାର ଲାଇସେନ୍ସ ମଧ୍ୟ ଦେଇଥିଲେ ଏଥିସହ ୨.୭୦ ଏକର ଜମିକୁ ବ୍ୟବସାୟିକ କଲୋନୀ ନିର୍ମାଣ ପାଇଁ ବି ଅନୁମତି ଦେଇଥିଲେ । ହେଲେ ରବର୍ଟ ଭଦ୍ରାଙ୍କ କମ୍ପାନୀ କଲୋନୀ କରିବା ବଦଳରେ ୨୦୧୨ରେ ଡିଏଲଏଫ ୟୁନିଭର୍ସାଲ କମ୍ପାନୀକୁ ୫୮ କୋଟି ଟଙ୍କାରେ ଉକ୍ତ ଜମିକୁ ବିକି ଦେଇଥିଲେ । ଯେଉଁ କାରଣରୁ ରବର୍ଟ ଭଦ୍ରାଙ୍କୁ ଇଡି ସମନ କରିଛି ।