ଦୁର୍ନୀତି ମାମଲାରେ ଦିଲ୍ଲୀ ଅଫିସ୍‌ରେ ହାଜର ହେବାକୁ ରବର୍ଟ ଭଦ୍ରାଙ୍କୁ ପ୍ରବର୍ତ୍ତନ ନିର୍ଦେଶାଳୟର ସମନ୍‌

ନୂଆଦିଲ୍ଲୀ: ଦୁର୍ନୀତି ମାମଲାରେ ଗୁରୁବାର ଦିନ ଦିଲ୍ଲୀ ଅଫିସ୍‌ରେ ହାଜର ହେବାକୁ ବ୍ୟବସାୟୀଙ୍କୁ ରବର୍ଟ ଭଦ୍ରାଙ୍କୁ ପ୍ରବର୍ତ୍ତନ ନିର୍ଦେଶାଳୟ ସମନ୍‌ ଦେଇଛି।

କଳାଟଙ୍କା ମାମଲାରେ ରବର୍ଟ ଭଦ୍ରାଙ୍କୁ ମଞ୍ଜୁର କରାଯାଇଥିବା ଆଗୁଆ ଜାମିନକୁ ଖାରଜ କରିବାକୁ ଶୁକ୍ରବାର ଦିନ ପ୍ରବର୍ତ୍ତନ ନିର୍ଦେଶାଳୟ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା। ଭଦ୍ରାଙ୍କ ନାମରେ ଲଣ୍ଡନ୍‌ର ୧୨, ବ୍ରିୟାନ୍‌ଷ୍ଟନ୍‌ ସ୍କୋୟାର୍‌ରେ ୧. ୯ ମିଲିୟନ୍‌ ପାଉଣ୍ଡ୍‌ ମୂଲ୍ୟର ସମ୍ପତ୍ତି କିଣିଥିବା ଘଟଣାରେ କଳାଟଙ୍କା କାରବାର ହୋଇଥିବା ଅଭିଯୋଗ ଆସିଥିଲା।

ଭଦ୍ରାଙ୍କୁ ଏପ୍ରିଲ୍‌ ପହିଲାରେ ଟ୍ରାଏଲ୍‌ କୋର୍ଟ ଆଗୁଆ ଜାମିନ ମଞ୍ଜୁର କରିବା ପରେ ପ୍ରବର୍ତ୍ତନ ନିର୍ଦେଶାଳୟ ହାଇକୋର୍ଟରେ ଆବେଦନ କରିଥିଲା।
କଳାଟଙ୍କା କାରବାର ପାଇଁ ତାଙ୍କ ଜାମିନକୁ ରଦ୍ଦ କରିବା ନିମନ୍ତେ ପ୍ରବର୍ତ୍ତନ ନିର୍ଦେଶାଳୟର ଆବେଦନ ସଂକ୍ରାନ୍ତରେ ସୋମବାର ଦିନ ଦିଲ୍ଲୀ ହାଇକୋର୍ଟ ଭଦ୍ରାଙ୍କ ଜବାବ ତଲବ କରିଥିଲେ। ଏ ସଂକ୍ରାନ୍ତରେ ଜୁଲାଇ ୧୭ ତାରିଖ ସୁଦ୍ଧା ଜବାବ ଦାଖଲ କରିବାକୁ ଦିଲ୍ଲୀ ହାଇକୋର୍ଟ ଭଦ୍ରାଙ୍କ ପାଖକୁ ନୋଟିସ୍‌ ପଠାଇଛନ୍ତି।

ସମ୍ବନ୍ଧିତ ଖବର