ମୁମ୍ବାଇ : କଂଗ୍ରେସର ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ସ୍ୱାମୀ ରବର୍ଟ ଭଦ୍ରା ଶୁକ୍ରବାର ମୁମ୍ବାଇସ୍ଥିତ ମୁମ୍ବା ଦେବୀଙ୍କ ମନ୍ଦିରକୁ ଦର୍ଶନ ପାଇଁ ଯାଇ ପହଞ୍ଚିଥିଲେ । ଦର୍ଶନ ସାରି ବାହାରକୁ ଆସିବା ସମୟରେ ସେଠାରେ ଉପସ୍ଥିତ ଥିବା ଲୋକେ ମୋଦୀ-ମୋଦୀ କହି ନାରା ଲଗାଇବା ଆରମ୍ଭ କରି ଦେଇଥିଲେ । ଧିରେ ଧିରେ ଭିଡ଼ ଅଧିକ ହେବା ସହ ସ୍ଥିତି ଖରାପ ହେବାରୁ ପୁଲିସ ସେଠାରେ ପହଞ୍ଚି ଭଦ୍ରାଙ୍କ ପାଇଁ ରାସ୍ତା ଖାଲି କରିଥିଲେ । ଯାହା ପରେ ଭଦ୍ରା ସେଠାରୁ ବାହାରିବାରେ ସଫଳ ହୋଇଥିଲେ ।
/sambad/media/post_attachments/wp-content/uploads/2019/05/Robert-Vadra-784x441-300x169.jpg)
ତେବେ ଏହା ପ୍ରଥମ ନୁହେଁ, କଂଗ୍ରେସର ବିଭିନ୍ନ ନିର୍ବାଚନୀ ରାଲି ଏବଂ ରୋଡ୍ ସୋ’ରେ ଏଭଳି ଦୃଶ୍ୟ ଦେଖିବାକୁ ମିଳେ । ପ୍ରିୟଙ୍କା ଗାନ୍ଧୀ ଏବଂ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ରାଲି ପାଇଁ ଯାଇଥିବା ବେଳେ ଲୋକେ ମୋଦୀ- ମୋଦୀ ନାରା ଲଗାଇବା ଆରମ୍ଭ କରି ଦେଇଥାନ୍ତି । କିଛି ଦିନ ତଳେ କଂଗ୍ରେସର ଷ୍ଟାର ପ୍ରଚାରକ ହରିଆଣାର ରୋହତକରେ ଏକ ଜନସଭାରେ ଯୋଗ ଦେଇଥିବା ବେଳେ ତାଙ୍କୁ ଜଣେ ମହିଳା ଚପଲ ଫିଙ୍ଗବା ସହ ଉପସ୍ଥିତ ଲୋକେ ମୋଦୀ ମୋଦୀ ନାରା ଲଗାଇବାକୁ ଲାଗିଥିଲେ ।