ନୂଆଦିଲ୍ଲୀ: : ଅମିତ ଶାହଙ୍କ ପୁଅ ଜୟ ଶାହଙ୍କ କମ୍ପାନି ସଂପର୍କରେ େଓ୍ଵବ୍ସାଇଟ୍ ‘ଦ ଓୟାର’ରେ ତଥ୍ୟ ପ୍ରଘଟ କରିିଥିବା ସାମ୍ବାଦିକା ରୋହିଣୀ ସିଂହ ଏବେ ଚର୍ଚ୍ଚାରେ ରହିଛନ୍ତି। ୨୦୧୧ରେ ରୋହିଣୀ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ଜ୍ୱାଇଁ ରବର୍ଟ ଭଦ୍ରା ଏବଂ ଡିଏଲଫ୍ ମଧ୍ୟରେ ଚାଲିଥିବା କାରବାରର ପର୍ଦ୍ଦାଫାସ କରି ମଧ୍ୟ ଚର୍ଚ୍ଚାକୁ ଆସିଥିଲେ। ତେବେ ରୋହିଣୀ ଆଜି କହିଛନ୍ତି ଯେ ଭଦ୍ରାଙ୍କ କାରବାର ସଂପର୍କରେ ତଥ୍ୟ ପ୍ରକାଶ ପାଇବା ପରେ ସ୍ଥିତି ସ୍ୱାଭାବିକ ଥିଲା, ଏବେ ଅନ୍ଲାଇନରେ ଆକ୍ରମଣ ଚାଲିଛି।
ଜୟ ଶାହଙ୍କ କମ୍ପାନି ସଂପର୍କରେ ସତ୍ୟ ସାମ୍ନାକୁ ଆଣିବା ପରେ ତାଙ୍କ ଉପରେ ପ୍ରବଳ ଚାପ ସୃଷ୍ଟି ଉଦ୍ୟମ ହେଉଛି । ତେବେ ସେ ପ୍ରକାଶ କରିଥିବା ତଥ୍ୟକୁ ନେଇ ପଛକୁ ଫେରିବାର ପ୍ରଶ୍ନ ଉଠୁନାହିଁ ବୋଲି ରୋହିଣୀ କହିଛନ୍ତି। କ୍ଷମତାରେ ଥିବା ଲୋକଙ୍କୁ ସତ୍ୟ ଜଣାଇବା ମୋର ପ୍ରମୁଖ ଦାୟିତ୍ୱ ବୋଲି ସେ କହିଛନ୍ତି। ସାହସିକତାର ସହ ସେ ସାମ୍ବାଦିକତା କରୁଛନ୍ତି, ତେଣୁ କୌଣସି ଭୟ ଓ ଚାପ ଆଗରେ ମୁଣ୍ଡ ନୁଆଁଇବେ ନାହିଁ ବୋଲି ରୋହିଣୀ କହିଛନ୍ତି।
ରବର୍ଟ ଭଦ୍ରା-ଡିଏଲ୍ଏଫ୍ କାରବାର ପର୍ଦ୍ଦାଫାସ କରିଥିଲେ: ରୋହିଣୀ ସିଂହ
/sambad/media/post_attachments/wp-content/uploads/2017/10/Robert-Vadera.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)