ନୂଆଦିଲ୍ଲୀ: ଚୀନବାସୀ ଏବେ କରୋନା ଭଳି ଭାଇରସ୍ ସହ ଲଢ଼େଇ କରୁଥିବା ବେଳେ ତୁରନ୍ତ ଏହାର ସଂକ୍ରମଣକୁ କିଭଳି ରୋକାଯାଇପାରିବ ସେ ନେଇ ଚେଷ୍ଟା ଚଳାଇଛନ୍ତି ଚୀନ୍ ସରକାର। ଦିନକୁ ଦିନ ସଂକ୍ରମଣ ସଂଖ୍ୟା ବଢ଼ିବା ସହ ମୃତକଙ୍କ ସଂଖ୍ୟା ମଧ୍ୟ ବଢ଼ୁଥିବା ଦେଖିବାକୁ ମିଳୁଛି। ଏମିତି କି ଚିକିତ୍ସା ଦାୟିତ୍ବରେ ଥିବା ଡାକ୍ତର, ନର୍ସ ଏବଂ ଡାକ୍ତରଖାନାରେ କାମ କରୁଥିବା ଅନ୍ୟକର୍ମୀମାନେ କରୋନାଭାଇରସର ଶିକାର ହେଉଛନ୍ତି। ତେବେ ଚିକିତ୍ସା କରି ଭାଇରସ ସଂକ୍ରମଣର ଶିକାର ହେଉଥିବା ଡାକ୍ତରଖାନାର କର୍ମୀମାନଙ୍କୁ ସଂକ୍ରମଣରୁ ବଞ୍ଚାଇବା ପାଇଁ ଚୀନ ସରକାର ଏକ ଭିନ୍ନ ବାଟ ଆପଣାଇଛନ୍ତି।
ଚୀନର ଜିଆକ୍ସିଙ୍ଗରେ ଥିବା ଏକ ଡାକ୍ତରଖାନାରେ ଏବେ ରୋବର୍ଟ କରୋନା ରୋଗୀମାନଙ୍କୁ ଔଷଧ ଏବଂ ଖାଦ୍ୟ ଯୋଗାଉଥିବା ଜଣା ପଡ଼ିଛି। ଏମିତି କି କୌଣସି ପ୍ରକାରର ଜରୁରୀ ଘୋଷଣା କରିବାକୁ ଥିଲେ ଡ୍ରୋନର ବ୍ୟବହାର କରାଯାଉଛି। ଏହାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ବେଳେ ସଂକ୍ରମଣକୁ ରୋକିବା ପାଇଁ ଡାକ୍ତରଖାନା ପକ୍ଷରୁ ଏଭଳି ବ୍ୟବସ୍ଥା କରାଯାଇଛି।
A ROBOT IS DELIVERING ITEMS TO CORONAVIRUS PATIENTS IN A HOSPITAL IN CHINA pic.twitter.com/bXR1PbsVKp
— freezerohedge (@freezerohedge1) February 9, 2020
ଚୀନରେ କରୋନାଭାଇରସ ବିଷୟରେ ପ୍ରଥମେ ଜାଣିବାକୁ ପାଇଥିବା ଡାକ୍ତର ଲି ବେନଲିଆଙ୍ଗଙ୍କର ଫେବ୍ରୁଆରି ୭ରେ ମୃତ୍ୟୁ ହୋଇଥିଲା। ସେ ପୀଡ଼ିତମାନଙ୍କର ଚିକିତ୍ସା କରୁଥିବା ସମୟରେ ସଂକ୍ରମଣର ଶିକାର ହୋଇଥିଲେ, ଯାହା ପରେ ତାଙ୍କର ମୃତ୍ୟୁ ହୋଇଥିଲା। ଏହାପରଠାରୁ ରୋବର୍ଟକୁ କାମରେ ଲଗାଇବା ଆରମ୍ଭ କରିଛି ଚୀନ୍। ରୋଗୀମାନଙ୍କୁ ଖାଦ୍ୟ ପହଞ୍ଚାଇବା ଏବଂ ଠିକ୍ ସମୟରେ ଔଷଧ ନେଇ ଦେବା ଭଳି କାମ କରୁଛି ରୋବର୍ଟ । ଏ ନେଇ ପ୍ରଥମେ ରୋବର୍ଟକୁ ପ୍ରଶିକ୍ଷଣ ଦିଆଯାଇଥିବା ବେଳେ କିଛି ରୋଗୀ ନିଜ ନିଜର ଟୁଇଟର ଆକାଉଣ୍ଟରେ ରୋବର୍ଟ ଖାଦ୍ୟ ଦେଉଥିବାର ଭିଡିଓ ସେୟାର କରିଛନ୍ତି।
Promise of new technology!👍
A service robot makes deliveries at a corona virus isolation point in Jiaxing, China 🇨🇳.— Erik Solheim (@ErikSolheim) February 3, 2020
ଜଣେ ରୋଗୀ ଭିଡିଓ ଟୁଇଟ୍ କରି ଲେଖିଛନ୍ତି, ଏଭଳି ସୁବିଧା ପାଇ ମୁଁ ବହୁତ ଖୁସି। ରୋବର୍ଟକୁ ଡାକ୍ତରଖାନାକର୍ମୀମାନଙ୍କ ଭଳି ପ୍ରଶିକ୍ଷଣ ଦିଆଯାଇଛି। ଆଇସୋଲେସନ ୱାର୍ଡରେ ରୋବର୍ଟ ଖାଦ୍ୟ ପହଞ୍ଚାଇବା, ପ୍ଲେଟ ଉଠାଇବା ଏବଂ ଠିକ୍ ସମୟରେ ଔଷଧ ଦେବାର କାମ କରୁଛି। ଡ୍ରୋନ ସହାଯ୍ୟରେ ରୋଗୀଙ୍କୁ ମାସ୍କ ପିନ୍ଧିବା ପାଇଁ କୁହାଯାଉଥିବା ବେଳେ ଅନ୍ୟ ଜରୁରୀ ଘୋଷଣା ମଧ୍ୟ କରାଯାଉଛି।