ୱାଶିଂଟନ: ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସୁରକ୍ଷା ପାଇଁ ଏକ ରୋବୋଟିକ୍ କୁକୁର ନିୟୋଜିତ କରାଯାଇଛି। ଏହି ରୋବୋଟିକ୍ କୁକୁରକୁ ଦୁନିଆର ସବୁଠାରୁ ବିପଦଜ୍ଜନକ ବୋଲି କୁହାଯାଉଛି ।
ଏହି ରୋବୋଟିକ୍ କୁକୁର ଏତେ ଶକ୍ତିଶାଳୀ ଯେ ଏହା ଶତ୍ରୁର ପ୍ରତ୍ୟେକ ଗତିବିଧିକୁ ବିଫଳ କରିବାର କ୍ଷମତା ରଖିଥାଏ । ସୂଚନାଯୋଗ୍ୟ, ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ବଡ ବିଜୟ ପରେ ଡୋନାଲ୍ଡ ଟ୍ରମ୍ପଙ୍କ ସୁରକ୍ଷା ବଳୟକୁ କ୍ରମାଗତ ଭାବେ ସୁଦୃଢ଼ କରାଯାଉଛି । ଏହି କ୍ରମରେ ଏହି ଗୁରୁତ୍ୱପୂର୍ଣ୍ଣ ଏବଂ ବଡ ନିଷ୍ପତ୍ତି ନିଆଯାଇଛି ।
୨୪ ଘଣ୍ଟିଆ ସୁରକ୍ଷା ଦେଉଛି ରୋବୋଟିକ୍ କୁକୁର । ରୁଷିଆ, ୟୁକ୍ରେନ, ଇସ୍ରାଏଲ, ଇରାନ ଓ ଇରାକ ସମେତ ବିଶ୍ୱର ଅନେକ ଦେଶ ମଧ୍ୟରେ ବିବାଦ ଲାଗି ରହିଛି । ଏହାକୁ ଦୃଷ୍ଟିରେ ରଖି ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତିଙ୍କ ସୁରକ୍ଷା ବଳୟ ବଢାଯାଇଛି ଏବଂ ଏହା ଅଧୀନରେ ଡୋନାଲ୍ଡ ଟ୍ରମ୍ପଙ୍କୁ ଏକ ନୂଆ ସୁରକ୍ଷା ମିଳିଛି। ୨୪ ଘଣ୍ଟିଆ ସୁରକ୍ଷା ଦେଉଥିବା ରୋବଟ କୁକୁର ।
ଡୋନାଲ୍ଡ ଟ୍ରମ୍ପଙ୍କ ସୁରକ୍ଷାରେ ନିୟୋଜିତ ଏହି ରୋବୋଟିକ୍ କୁକୁର ହେଉଛି ଏକ ସର୍ଭିଲାନ୍ସ ରୋବଟ୍ କୁକୁର, ଯାହାର ଆଖି ପ୍ରତି ମୁହୂର୍ତ୍ତରେ ଶତ୍ରୁ ଉପରେ ରହିଥାଏ। ଏଥିରେ ନିୟୋଜିତ ରୋବୋଟିକ୍ କୁକୁର ଏକ ରିମୋଟ୍ କଣ୍ଟ୍ରୋଲ୍ ସର୍ଭିଲାନ୍ସ ୟୁନିଟ୍, ଯେଉଁଥିରେ ଆଧୁନିକ ସେନ୍ସର ଏବଂ ଟେକ୍ନୋଲୋଜି ରହିଛି, ଯେଉଁଥିରୁ ଏହାର ତଦାରଖ କରାଯାଏ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/14/2025-07-14t130310706z-502487809_3832857453524870_6306522069312104664_n-2025-07-14-18-33-09.jpg)
/sambad/media/media_files/2024/11/18/cPq8MQ17bcU1dPslu76Z.jpg)
