ସଂକ୍ରମଣ ଆଶଙ୍କାରେ କରୋନା ରୋଗୀଙ୍କୁ ରୋବୋଟ ଦେଉଛି ଔଷଧ

ବେଜିଙ୍ଗ: ଚୀନରେ ଦେଖିବାକୁ ମିଳିଛି କରୋନାର କରାଳ ରୂପ । ଶେଷ ଖବର ସୁଦ୍ଧା ଚୀନରେ ଏହି ମାରାତ୍ମକ ଭୂତାଣୁ ଜନିତ ମୃତ୍ୟୁ ସଂଖ୍ୟା ୧୧୦୫ କୁ ବୃଦ୍ଧି ହୋଇଛି । ସାରା ବିଶ୍ୱରେ କରୋନା ମୃତ୍ୟୁ ସଂଖ୍ୟା ୧୧୧୨ ରେ ପହଁଚି ଗଲାଣି । ଚୀନରେ କରୋନା ଆକ୍ରାନ୍ତ ସଂଖ୍ୟା ୪୪ ହଜାର ୨୭୬ ରହିଥିବା ବେଳେ ବିଶ୍ୱରେ ୪୪ ହଜାର ୭୫୪ ରେ ପହଁଚି ଯାଇଛି ଆକ୍ରାନ୍ତଙ୍କ ସଂଖ୍ୟା । ସଦ୍ୟ ଜାରି ହୋଇଥିବା ରିପୋର୍ଟ ଅନୁସାରେ ବିଶ୍ୱର ୨୮ ଟି ଦେଶରେ ଏହି ମାରାତ୍ମକ ଭୂତାଣୁ ସ୍ଥିତି ଜାହିର କରିସାରିଲାଣି । ଆଗକୁ ଏହା ଅଧିକ ଦେଶକୁ ବ୍ୟାପିବା ଆଶଙ୍କା ବି ରହିଛି ।


ଅନ୍ୟପଟେ ଚୀନର ହସ୍ପିଟାଲମାନଙ୍କରେ କରୋନାରେ ପିଡିତ ରୋଗୀଙ୍କୁ ରୋବୋଟ ମାଧ୍ୟମରେ ଔଷଧ ଓ ଖାଦ୍ୟ ଦିଆଯାଉଛି | କରୋନା ସଂକ୍ରମଣ ଆଶଙ୍କାରେ ସୁସ୍ଥ ଲୋକ ହସ୍ପିଟାଲକୁ ଯାଉନଥିବାରୁ ଏଭଳି ପଦକ୍ଷେପ ନିଆଯାଇଛି |

ହସ୍ପିଟାଲ କର୍ତ୍ତୃପକ୍ଷ ରୋବୋଟକୁ ବ୍ୟବହାର କରି ରୋଗୀଙ୍କ ପାଖରେ ଆବଶ୍ୟକୀୟ ଔଷଧ ପହଞ୍ଚାଉଛନ୍ତି | ବିଶେଷ କରି ରୋଗୀଙ୍କ ସଂସ୍ପର୍ଶରେ ଆସିଲେ କାଳେ ସୁସ୍ଥ ଲୋକଙ୍କୁ ମଧ୍ୟ କରୋନା ଭୁତାଣୁ ସଂକ୍ରମଣ କରିବେ ସେ ଆଶଙ୍କାରେ ଏଭଳି ବ୍ୟବସ୍ଥା ଗ୍ରହଣ କରାଯାଇଛି |

ସମ୍ବନ୍ଧିତ ଖବର