ବିମାନ ଭିତର ସଫା କରିବାକୁ ରୋବଟ ବ୍ୟବହାର କଲା ଏୟାର ଇଣ୍ଡିଆ ଏକ୍ସପ୍ରେସ

ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ବିମାନ ଚଳାଚଳ କମ୍ପାନୀ ଏୟାର ଇଣ୍ଡିଆ ଏକ୍ସପ୍ରେସ ପ୍ରଥମ ଥର ପାଇଁ ଭାରତରେ ରୋବୋଟିକ୍ ଟେକ୍ନୋଲୋଜି ଦ୍ୱାରା ସଫେଇ ଆରମ୍ଭ କରିଛି | ଦିଲ୍ଲୀ ବିମାନବନ୍ଦରରେ ବିମାନର ଭିତର ଅଂଶକୁ ସଫା କରିବା ପାଇଁ କମ୍ପାନୀ ଗୁରୁବାର ଦିନ ଏହି ଟେକ୍ନୋଲୋଜି ଆରମ୍ଭ କରିଛି। ବିମାନ ଭିତର ସଫେଇ ପାଇଁ ଏୟାର ଇଣ୍ଡିଆ ଏକ୍ସପ୍ରେସ ପକ୍ଷରୁ ଏକ ଏଜେନ୍ସି ସହ ଚୁକ୍ତିନାମା କରାଯାଇଛି |

ଏହି କୌଶଳ ବ୍ୟବହାର କରି ବିମାନ ଭିତରେ ସଫା କରିବାର ପ୍ରକ୍ରିୟା ଏକ ୟୁଭି(ଅଲଟ୍ରା ଭାଓଲେଟ) ରୋବୋଟିକ୍ ଉପକରଣ ଦ୍ୱାରା କରାଯାଇଥାଏ | ଆଉ ଏହି ଉପକରଣ ସିଟର ତଳ ସହ ବ୍ୟାଗେଜ ସ୍ଥାନ, କକପିଟକୁ ମଧ୍ୟ ସାନିଟାଈଜ କରିଥାଏ | ତେବେ ବର୍ତ୍ତମାନ ଦିଲ୍ଲୀ ବିମାନବନ୍ଦରରେ ଏହା ଆରମ୍ଭ କରାଯାଇଥିବାବେଳେ ଦେଶର ଅନ୍ୟ ବିମାନବନ୍ଦରରେ ଏହାକୁ କାର୍ଯ୍ୟକାରୀ କରାଯିବ |


ସୂଚନା ଥାଉ କି କରୋନା କାରଣରୁ, ଅନେକ କମ୍ପାନୀ ସ୍ୱଚ୍ଛତା ପ୍ରତି ବିଶେଷ ଧ୍ୟାନ ଦେଉଛନ୍ତି ଏବଂ ଲୋକଙ୍କ ସ୍ଥାନରେ ରୋବଟ୍ ସଫା କରିବା ଦ୍ୱାରା ସେମାନଙ୍କୁ ମଧ୍ୟ ସୁରକ୍ଷା ଦେଇହେବ |

ସମ୍ବନ୍ଧିତ ଖବର