ଆମେରିକାରେ ଆକ୍ରାନ୍ତଙ୍କୁ ଚିକିତ୍ସା କରୁଛି ରୋବଟ୍‌

ୱାସିଂଟନ୍‌: ଆମେରିକାରେ କରୋନା ଭାଇରସ୍‌ରେ ଆକ୍ରାନ୍ତ ‌ହୋଇଥିବା ଜଣେ ରେଗୀଙ୍କୁ ଡାକ୍ତର ବ୍ୟବହାର କରି ରୋବଟ୍‌ ଚିକିତ୍ସା କରୁଛନ୍ତି। ଉକ୍ତ ରୋଗୀଙ୍କ ବୟସ ୩୦। ଡାକ୍ତରମାନେ ତାଙ୍କୁ ସ୍ବତନ୍ତ୍ର ୱାର୍ଡରେ ରଖିଛନ୍ତି। ରୋଗ ବ୍ୟାପିବା ଭୟରେ କୌଣସି ଡାକ୍ତର ତାଙ୍କୁ ସିଧାସଳଖ ଚିକିତ୍ସା କରୁନାହାନ୍ତି। ଷ୍ଟେଥୋସ୍କୋପ୍‌ ସହ ରୋବଟ୍‌ଟି ରୋଗୀକୁ ଦେଖିବାପରେ ଡାକ୍ତରଙ୍କୁ ଏ ସମ୍ପର୍କରେ ସୂଚନା ଦେଉଛି। ଡାକ୍ତରମାନେ ରୋଗୀକୁ ସ୍କ୍ରିନ୍‌ ମାଧ୍ୟମରେ ଦେଖୁଛନ୍ତି ଏବଂ ଡାକ୍ତରଙ୍କ ନିର୍ଦ୍ଦେଶ କ୍ରମେ ରୋବଟ୍‌ ରୋଗୀର ଚିକିତ୍ସା କରୁଛି। କୌଣସି ମେଡିକାଲ ଷ୍ଟାଫ୍‌ଙ୍କୁ ରୋଗ ବ୍ୟାପିବା ଭୟରେ ଆମେରିକା ଚିକିତ୍ସା ପାଇଁ ରୋବଟ୍‌ ବ୍ୟବହାର କରୁଛି।

ସମ୍ବନ୍ଧିତ ଖବର