ଲୁମଥାରି: ମେଘାଳୟର ଜୟନ୍ତିଆ ହିଲ୍ସ ଅଂଚଳରେ ଏକ ବେଆଇନ କୋଇଲା ଖଣିରେ ଫସିଥିବା ୧୫ ଜଣ ଶ୍ରମିକଙ୍କ ଉଦ୍ଧାର ପାଇଁ ରୋବୋଟିକ୍ ଟେକ୍ନୋଲୋଜିର ସହାୟତା ନିଆଯିବ। ୩୭୦ ଫୁଟ ଗଭୀର ଖଣି ଭିତରେ ପାଣି ଭତ୍ତି ହୋଇଥିବାରୁ ଏବେ ଶ୍ରମିକଙ୍କ ସନ୍ଧାନ ପାଇଁ ରୋବୋଟ ପଠାଯିବ ଏବଂ ଏକ ରିମୋଟ ପରିଚାଳିତ ଯାନରେ ୭ ଜଣିଆ ବିଶେଷଜ୍ଞ ଦଳ ମଧ୍ୟ ଯିବେ। ଦୀର୍ଘ ୧ ମାସ ଧରି ଖଣିରେ ଫସିଥିବା ଶ୍ରମିକଙ୍କୁ ଉଦ୍ଧାର କରିବା ପାଇଁ ଚାଲିଥିବା ପ୍ରୟାସ ସଫଳ ନହେବାରୁ ଏବେ ରୋବଟ୍ର ସହାୟତା ନେବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ପ୍ଲାନିସ୍ ଟେକ୍ନୋଲୋଜି ନାମକ ଏକ ସଂସ୍ଥାର ସହାୟତା ନିଆଯାଉଛି । ଏହି ସଂସ୍ଥା ପାଣି ଭିତରେ ରୋବଟ୍ ଦ୍ବାରା ଉଦ୍ଧାର କାର୍ଯ୍ୟ ଜାରି ରଖିବା କ୍ଷେତ୍ରରେ ସହଯୋଗ ପ୍ରଦାନ କରିଥାଏ। ଏହି ମିସନ୍ ପାଇଁ କମ୍ପାନିର ୭ ଜଣିଆ ବିଶେଷଜ୍ଞ ଦଳ ମଧ୍ୟ ମେଘାଳୟରେ ପହଞ୍ଚିଛନ୍ତି।
ଖଣି ଶ୍ରମିକଙ୍କ ଉଦ୍ଧାର ପାଇଁ ଯିବ ରୋବଟ୍
/sambad/media/post_attachments/wp-content/uploads/2019/01/pk5bn8ro_meghalaya-mine-rescue-reuters-_625x300_13_January_19.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)