ତେଲେଙ୍ଗାନାରେ ଚାଷ ଜମିରେ ପାଣି ଦେବାକୁ ଚାଷୀଙ୍କୁ ସାହାଯ୍ୟ କରିବ ରୋବର୍ଟ

ହାଇଦ୍ରାବାଦ୍‌: ‌କୃଷି କାର୍ଯ୍ୟକୁ ପ୍ରୋତ୍ସାହନା ଦେବାକୁ ସରକାର ବିଭିନ୍ନ ପ୍ରକାରର ଯୋଜନା ଆରମ୍ଭ କରୁଥିବା ବେଳେ ଖୁବ୍ ଶୀଘ୍ର ତେଲେଙ୍ଗାନାରେ କୃଷି କ୍ଷେତ୍ରକୁ ଜଳ ଯୋଗାଇବ ରୋବର୍ଟ। ଯଦିଓ ଏହା ଏବେ ପ୍ରାରମ୍ଭିକ ପର୍ଯ୍ୟାୟରେ, ମାତ୍ର କୃଷି କାର୍ଯ୍ୟରେ ପ୍ରଯୁକ୍ତିବିଦ୍ୟାକୁ ଅନ୍ତର୍ଭୁକ୍ତ କରିବା ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତାବିତ ଯୋଜନାର ଏହା ଅନ୍ୟତମ ଉଦାହରଣ।

ତେଲେଙ୍ଗାନା ରାଜ୍ୟ କୃଷି ବିଶ୍ୱବିଦ୍ୟାଳୟର ପ୍ରଫେସର ଜୟଶଙ୍କର ଏବଂ ବିଶ୍ୱ ଅର୍ଥନୈତିକ ଫୋରମ୍‌ର ମିଳିତ ସହଯୋଗରେ ତେଲେଙ୍ଗାନା ସରକାର ତେଲେଙ୍ଗାନାରେ ତଥ୍ୟ ଅଧାରିତ କୃଷି କାର୍ଯ୍ୟ ଆରମ୍ଭ କରିଛନ୍ତି।

ବିଶେଷଜ୍ଞଙ୍କ ଅନୁଯାୟୀ, ତଥ୍ୟ ଆଧାରିତ କୃଷି; କୃଷକମାନଙ୍କୁ ସେମାନଙ୍କର ଜମି ଏବଂ ଫସଲ ଉପରେ ନଜର ରଖିବାରେ ସାହାଯ୍ୟ କରିବ। ଏହାବ୍ୟତୀତ କୃଷକମାନେ ମାଟି, ପାଣିପାଗ ଓ ବିହନର ଚାହିଦା ଇତ୍ୟାଦି ଉପରେ ପର୍ଯ୍ୟବେକ୍ଷଣ କରିପାରିବେ।

www.newindianexpress.com

ସେମାନେ ତଥ୍ୟ ସଂଗ୍ରହ କରି ଭବିଷ୍ୟତ ଯୋଜନା ପାଇଁ ବ୍ୟବହାର କରିପାରିବେ, ଯାହାକି ହାଇ-ଟେକ୍ କୃଷି ଯୋଜନାର ଏକ ଅଂଶ। କୃଷକମାନେ ତଥ୍ୟ ବିଶ୍ଳେଷଣ କରିପାରିବେ ଏବଂ ଚାଷ ପାଇଁ କ’ଣ ଭଲ ତାହା ଜାଣିପାରିବେ। ସେମାନଙ୍କ ଚାଷଜମିରେ ଯଦି ସେମାନେ ଏକ ସେନ୍‌ସର ରଖନ୍ତି ତେବେ ସେନସରରୁ ସଂଗୃହୀତ ତଥ୍ୟ ଅମଳର ପୂର୍ବାନୁମାନ କରିବାରେ ସାହାଯ୍ୟ କରିପାରିବ, ଯାହା ଉପରେ ଆଧାର କରି କୃଷକମାନେ କେତେ ଅମଳ କରିବେ ତାହା ଆକଳନ କରାଯାଇ ପାରିବ।

ତେବେ, ଏ ନେଇ ବିଶେଷଜ୍ଞମାନଙ୍କ କହିବା କଥା ହେଉଛି, ଯେପର୍ଯ୍ୟନ୍ତ କୃଷକମାନେ ନିଜସ୍ବ ଆଗ୍ରହ ପ୍ରଦର୍ଶନ କରି ନାହାଁନ୍ତି ସେପର୍ଯ୍ୟନ୍ତ ଏପରି ଉନ୍ନତ ଧରଣର କୌଶଳକୁ ଗ୍ରହଣୀୟତା ମିଳିବାକୁ ନେଇ ସନ୍ଦେହ ରହିଛି।

ସମ୍ବନ୍ଧିତ ଖବର