କାବୁଲ : ଆଜି ଆଫଗାନିସ୍ତାନ ରାଜଧାନୀ କାବୁଲ ସ୍ଥିତ ଭାରତୀୟ ଦୂତାବାସରେ ରକେଟ୍ ମାଡ଼ ହୋଇଛି। ଏଥିରେ ଦୂତାବାସର କୋଠାର କିଛି ଅଂଶ ଭାଙ୍ଗି ଯାଇଥିବା ବେଳେ ସମସ୍ତ କର୍ମଚାରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିବା ଖବର ମିଳିିଛି। ଭାରତୀୟ ବୈଦେଶିକ ମନ୍ତ୍ରାଳୟ ମୁଖପାତ୍ର ରବୀଶ କୁମାରଙ୍କ କହିବା ମୁତାବକ, ରକେଟ୍ଟି ଦୂତାବାସରେ ଥିବା ଆଇଟିବିପି ବାରାକ୍ ଉପରେ ପଡ଼ିିଛି। ଏଥିରେ କୌଣସି ଭାରତୀୟ କର୍ମଚାରୀ ମୃତାହତ ହୋଇନଥିବା ମନ୍ତ୍ରାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଅପରପକ୍ଷେ, ଏପରି ରକେଟ୍ ଆକ୍ରମଣ ପାଇଁ କୌଣସି ଆତଙ୍କବାଦୀ ସଂଗଠନ ନିଜକୁ ଦାୟୀ କରିନାହିଁ।
କାବୁଲସ୍ଥିତ ଭାରତୀୟ ଦୂତାବାସରେ ରକେଟ ମାଡ଼
/sambad/media/post_attachments/wp-content/uploads/2018/01/kabul.jpg-ff.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)