କିବ୍ : କେନ୍ଦ୍ରୀୟ ୟୁକ୍ରେନରେ ରୁଷ୍ ଘନଘନ ରକେଟ୍ ମାଡ଼ କରୁଛି। ରୁଷ୍ର ରକେଟ ମାଡ଼ ଯୋଗୁଁ ୟୁକ୍ରେନର କେନ୍ଦ୍ରୀୟ ନିପ୍ରୋପେଟ୍ରୋଭସ୍କରେ ଗତକାଲି ରାତିରେ ୧୩ ଜଣଙ୍କ ମୃତ୍ୟୁ ହୋଇଛି। ମଙ୍ଗଳବାର ରାତିସାରା ନିକୋପୋଲ୍ ଜିଲ୍ଲାର ମିରିସ୍କା ଏବଂ ମାରାନେଟ୍ସରେ ରୁଷ୍ ୮୦ଟି ରକେଟ୍ ମାଡ଼ କରିଛି। ସାଧାରଣ ଜନବସତି ଅଞ୍ଚଳରେ ରକେଟ ମାଡ଼ ଯୋଗୁଁ ଏହି ମୃତ୍ୟୁ ହୋଇଛି। ୨୦ରୁ ଅଧିକ ସୁଉଚ୍ଚ କୋଠା, ସାଂସ୍କୃତିକ କେନ୍ଦ୍ର , ୨ଟି ସ୍କୁଲ, ସିଟି କାଉନସିଲ ବିଲ୍ଡିଂ ଏବଂ ଅନ୍ୟାନ୍ୟ ପ୍ରଶାସନିକ ବିଲ୍ଡିଂ ଭାଙ୍ଗି ଯାଇଛି ବୋଲି ଜଣାପଡ଼ିଛି। ଦୀର୍ଘ ଦିନର ବିରତି ପରେ ରୁଷ୍ ଗତକାଲି ରାତିରେ ଅତି ଭୟଙ୍କର ଆକ୍ରମଣ କରିଛି।
କେନ୍ଦ୍ରୀୟ ୟୁକ୍ରେନରେ ରକେଟ ମାଡ଼, ୧୩ ମୃତ
/sambad/media/post_attachments/wp-content/uploads/2022/08/ukraine.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)