ରେହାନା ଫତିମା ଗିରଫ

କୋଚି: ସବରିମାଳା ମନ୍ଦିର ମାମଲାରେ ଆଜି ମଡେଲ୍‌ ଏବଂ ସାମାଜିକ କର୍ମୀ ରେହାନା ଫତିମା ଗିରଫ ହୋଇଛନ୍ତି। ଗତ ଅକ୍ଟୋବରରେ ସୁପ୍ରିମକୋର୍ଟଙ୍କ ରାୟ ପରେ ସବରିମାଳା ମନ୍ଦିର ପ୍ରଥମ ଥର ପାଇଁ ଖୋଲିବାରୁ ରେହାନା ସବରିମାଳା ମନ୍ଦିରରେ ପହଞ୍ଚିବା ପାଇଁ ଚେଷ୍ଟା କରିଥିଲେ। ତେବେ ‌ଏକ ସୋସିଆଲ ମିଡିଆ ପୋଷ୍ଟ୍‌ ମାଧ୍ୟମରେ ସେ ଭଗବାନ ଆୟପ୍ପାଙ୍କ ଭକ୍ତମାନଙ୍କୁ ଅପମା‌ନିତ କରିଥିବା ଏବଂ ଭକ୍ତମାନଙ୍କ ଧାର୍ମିକ ଭାବନାକୁ ଆଘାତ କରିଥିବା ଅଭିଯୋଗ ମାମଲାରେ ଆଜି କେରଳ ପୁଲିସ ରେହାନାଙ୍କୁ ଗିରଫ କରିଛି। ଗତ ଅକ୍ଟୋବର ୩୦ ତାରିଖରେ ମଧ୍ୟ ରେହାନାଙ୍କ ବିରୋଧରେ କେରଳ ପୁଲିସ ମାମଲା ରୁଜୁ କରିଥିଲା।

ସମ୍ବନ୍ଧିତ ଖବର