ରୋହତଗୀଙ୍କ ପତ୍ନୀ କିଣିଲେ ୧୬୦ କୋଟିର ବଙ୍ଗଳା

ନୂଆଦିଲ୍ଲୀ : ପୂର୍ବତନ ଆଟର୍ଣ୍ଣି ଜେନେରାଲ ମୁକୁଲ ରୋହତଗୀଙ୍କ ପତ୍ନୀ ବସୁଧା ରୋହତଗି ଦିଲ୍ଲର ଗଲ୍‌ଫ ଲିଙ୍କ୍‌ ଅଞ୍ଚଳରେ ୧୬୦ କୋଟି ଟଙ୍କାରେ ଏକ ବଙ୍ଗଳା କିଣିଛନ୍ତି। ଏଥିପାଇଁ ଷ୍ଟାମ୍ପ୍ ଡ୍ୟୁଟି ବାବଦରେ ସେ ୬.୪ କୋଟି ଟଙ୍କା ଦେଇଛନ୍ତି। ଗତବର୍ଷ ସେହି ଅଞ୍ଚଳରେ ପୂର୍ବତନ ସଲିସିଟର ଜେନେରାଲ୍ ଗୋପାଳ ସୁବ୍ରମଣ୍ୟନ ୮୫ କୋଟି ଟଙ୍କାର ଏକ ବଙ୍ଗଳା କିଣିଥିଲେ। ଡ୍ରଗ୍‌ସ ମାମଲାରେ ଫସିଥିବା ଅଭିନେତା ଶାହରୁଖ ଖାନ୍‌ଙ୍କ ପୁଅ ଆର୍ୟନ ଖାନ୍, ସଲ୍‌ମାନ ଖାନ୍, ଗୃହ ମନ୍ତ୍ରୀ ଅମିତ ଶାହଙ୍କ ପାଇଁ ରୋହତଗୀ ମାମଲା ପରିଚାଳନା କରିଥିଲେ। ସେ ଏବେ ସୁପ୍ରିମକୋର୍ଟରେ ଆଇନଜୀବୀ ଭାବେ କାର୍ଯ୍ୟ କରୁଛନ୍ତି।

ସମ୍ବନ୍ଧିତ ଖବର