ନୂଆଦିଲ୍ଲୀ: ମ୍ୟାମାରରୁ ବେଆଇନ ଭାବେ ଆସୁଥିବା ରୋହିଙ୍ଗ୍ୟା ଶରଣାର୍ଥୀ ଆମ ଦେଶର ସୁରକ୍ଷା ପାଇଁ ବିପଦ । ସେମାନେ ଆମ ଦେଶର ଜନସଂଖ୍ୟା ଢାଞ୍ଚାରେ ପରିବର୍ତ୍ତନ ଆଣି ଆମ ଦେଶକୁ ଅସ୍ଥିର କରିବା ଆଶଙ୍କା ରହିଛି । କିନ୍ତୁ ଭାରତରେ ଯେଉଁମାନେ ସେମାନଙ୍କୁ ସମର୍ଥନ କରୁଛନ୍ତି ସେମାନେ ମଧ୍ୟ ଆମ ଦେଶକୁ ଅସ୍ଥିର କରୁଛନ୍ତି ବୋଲି ସରକାର କହିଛନ୍ତି । ସୁପ୍ରିମକୋର୍ଟରେ ସରକାରଙ୍କ ପକ୍ଷ ରଖି ଅତିରିକ୍ତ ସଲିସିଷ୍ଟର ଜେନେରାଲ ତୁଷାର ମେହେଟା ଏକଥା କହିବା ସହ ପ୍ରଶ୍ନ କରିଛନ୍ତି ଯେ ସେମାନେ ଭାରତର କି ସେବା କରିଛନ୍ତି? ଏହାର ଉତ୍ତର ରଖି ରୋହିଙ୍ଗ୍ୟା ଶରଣାର୍ଥୀଙ୍କ ପକ୍ଷରୁ ଲଢୁଥିବା ଆଇନଜୀବ ପ୍ରଶାନ୍ତ ଭୁଷଣ କହିଥିଲେ ଯେ ସେ ମାନବ ଅଧିକାର ପାଇଁ ଲଢୁଛନ୍ତି । ଯେତିକି ରୋହିଙ୍ଗ୍ୟା ଶରଣାର୍ଥୀ ଆସିଛନ୍ତି ସେମାନଙ୍କ ମଧ୍ୟରେ ମହିଳା ଓ ଶିଶୁ ମଧ୍ୟ ଅଛନ୍ତି । ଅନ୍ୟପକ୍ଷରେ କଂଗ୍ରେସ ନେତା ତଥା ପୂର୍ବତନ ଆଇନ ମନ୍ତ୍ରୀ ଅଶ୍ୱିନୀ କୁମାର ମଧ୍ୟ କହିଛନ୍ତି ମାନବ ଅଧିକାର ସମ୍ପର୍କରେ ଭାରତ ନିଜର ଅନ୍ତର୍ଜାତୀୟ ଅଙ୍ଗୀକାରକୁ ସମ୍ମାନ ଦେବା ଆବଶ୍ୟକ ।
ଅନ୍ୟପକ୍ଷରେ ପ୍ରଶାନ୍ତ ଭୂଷଣ କହିଥିଲେ ଯେ ଭାରତ ସରକାର ବଳ ପ୍ରୟୋଗ କରି ସେମାନଙ୍କୁ ଘଉଡାଉଛନ୍ତି । ବିଏସଏଫ ପକ୍ଷରୁ ଗ୍ରେନେଡ୍ ଫିଙ୍ଗି ସେମାନଙ୍କୁ ଘଉଡାଇଦେଉଛି । ସେମାନଙ୍କୁ ଭାରତ ସରକାର ମୌଳିକ ସୁବିଧା ସୁଯୋଗ ଦିଅନ୍ତୁ ବୋଲି ସେ ଦାବି କରିଥିଲେ ।
ରୋହିଙ୍ଗ୍ୟା ଶରଣାର୍ଥୀମାନଙ୍କୁ କୌଣସି ପରିସ୍ଥିତିରେ ମଧ୍ୟ ଏଠାରେ ରଖାଇବା ଦେଶର ସୁରକ୍ଷା ଅନୁକୂଳ ନାହିଁ ବୋଲି ଭାରତ ସରକାର ସୁପ୍ରିମକୋର୍ଟରେ ପୂର୍ବରୁ କହିଥିଲେ । ବିନା ଭିସାରେ କାହାରିକୁ ଭାରତରେ ପ୍ରବେଶ କରାଇଦିଆଯିବ ନାହିଁ ବୋଲି ସରକାର ସ୍ପଷ୍ଟ କରିଦେଇଛନ୍ତି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/09/rohingya-muslim.jpg)