ଢାକା : ମିଅାଁମାରରୁ ବାଂଲାଦେଶ ଅଭିମୁଖେ ରୋହିଙ୍ଗ୍ୟା ଶରଣାର୍ଥର୍ୀଙ୍କୁ ନେଇ ଯାତ୍ରା କରୁଥିବା ଏକ ଡଙ୍ଗା ବୁଡ଼ିଯିବା ଫଳରେ ୧୨ଜଣଙ୍କର ମୃତ୍ୟୁ ହୋଇଛି ଏବଂ ଆହୁରି ଅନେକ ନିଖୋଜ ଅଛନ୍ତି। ବର୍ଡର ଗାର୍ଡ ବାଂଲାଦେଶ (ବିଜିବି)ର ଅଧିକାରୀ ଅବଦୁଲ ଜଲିଲ୍ କହିଛନ୍ତି ଯେ ଗତରାତିରେ ପ୍ରାୟ ଶହେ ଜଣଙ୍କୁ ନେଇ ଯାଉଥିବା ଡଙ୍ଗାଟି ବୁଡ଼ିଯାଇଥିବାବେଳେ ୧୨ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି । ସେମାନଙ୍କ ମଧ୍ୟରେ ୧୦ ଜଣ ଶିଶୁ, ଜଣେ ବୟସ୍କା ମହିଳା ଏବଂ ଜଣେ ପୁରୁଷ ଥିବା ଜଣାଯାଇଛି। ବିପଦସଙ୍କୁଳ ଅବସ୍ଥାରେ ଯାତ୍ରା କରୁଥିବା ଡଙ୍ଗା ଶାହ ପୋରିର ନିକଟରେ ବୁଡ଼ି ଯାଇଥିଲା। ଅଗଷ୍ଟ ୨୫ ତାରିଖରେ ମିଅାଁମାରର ରାଖିନ୍ ପ୍ରଦେଶରେ ହୋଇଥିବା ହିଂସାକାଣ୍ଡ ପରଠାରୁ ଲକ୍ଷାଧିକ ରୋହିଙ୍ଗ୍ୟା ମୁସଲିମ ଶରଣାର୍ଥୀ ମିଅାଁମାର ଛାଡ଼ି ବାଂଲାଦେଶ ଚାଲିଆସିଛନ୍ତି। ଏହା ପୂର୍ବରୁ ସେପ୍ଟେମ୍ବର ୨୮ ତାରିଖରେ ୮୦ ରୋହିଙ୍ଗ୍ୟା ଶରଣାର୍ଥୀଙ୍କୁ ନେଇ ଯାତ୍ରା କରୁଥିବା ଏକ ଡଙ୍ଗା ବୁଡ଼ିଯିବା ଫଳରେ ୨୩ ଜଣଙ୍କ ମୃତ୍ୟୁ ହୋଇଥିଲା।
ରୋହିଙ୍ଗ୍ୟା ଶରଣାର୍ଥୀଙ୍କ ଡଙ୍ଗା ବୁଡ଼ି ୧୨ ମୃତ
/sambad/media/post_attachments/wp-content/uploads/2017/10/98229385_d119822f-de79-4a24-980e-f08e1ffb008a.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)