ମ୍ୟାମାରରେ ହିନ୍ଦୁଙ୍କ ଗଣହତ୍ୟା କରିଛନ୍ତି ରୋହିଙ୍ଗ୍ୟା ଆତଙ୍କବାଦୀ, ଅନ୍ତର୍ଜାତୀୟ ମାନବାଧିକାର ସଂସ୍ଥାର ରିପୋର୍ଟ

ନୂଆଦିଲ୍ଲୀ : ମ୍ୟାମାରରୁ ଭାରତକୁ ଆସୁଥିବା ରୋହିଙ୍ଗ୍ୟା ଶରଣାର୍ଥୀ ମାନଙ୍କୁ ଆମ ଦେଶରେ ଗତ କିଛି ବର୍ଷ ଧରି ବିତର୍କ ଚାଲିଛି । ସରକାର କହୁଛନ୍ତି ଯେ ସେମାନେ ଦେଶର ସୁରକ୍ଷା ପ୍ରତି ବିପଦ, କିନ୍ତୁ ଦେଶର ତଥାକଥିତ ଉଦାରବାଦୀ, ମାନବ ଅଧିକାରୀ କର୍ମୀମାନେ କହୁଛନ୍ତି ଯେ ସେମାନଙ୍କୁ ଦେଶରେ ଶରଣ ଦିଆଯିବା ଉଚିତ । ଆମ ଦେଶରେ ଏପରି ବିତର୍କ ଚାଲିଥିବାବେଳେ ଆମନେଷ୍ଟି ଇଣ୍ଟରନାସନାଲ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟ ରୋହିଙ୍ଗାୟମାନଙ୍କ ବିଷୟରେ ସମସ୍ତଙ୍କ ଆଖି ଖୋଲିଦେଇଛି । ସଂସ୍ଥା ପକ୍ଷରୁ ପ୍ରକାଶିତ ରିପୋର୍ଟରେ କୁହାଯାଇଛି ଯେ ରୋହିଙ୍ଗ୍ୟାମାନେ ମ୍ୟାମାରରେ ଥିବା ହିନ୍ଦୁ ମାନଙ୍କ ଉପରେ ଅନେକ ଅତ୍ୟାଚାର କରିଛନ୍ତି । ରୋହିଙ୍ଗ୍ୟାମାନେ ଆତଙ୍କବାଦୀ କାର୍ଯ୍ୟକଳାପରେ ଲିପ୍ତ ନଥିବା ଦାବି କରୁଥିବାବେଳେ ଏହି ରିପୋର୍ଟରେ ତାହାର ବିପରୀତ କଥା କୁହାଯାଇଛି । ଏଥିରେ କୁହାଯାଇଛି ଯେ ଆରାକାନ ରୋହିଙ୍ଗ୍ୟା ସାଲଭେସନ ଆର୍ମି ପକ୍ଷରୁ ମ୍ୟାମାରରେ ଅନେକ ଗଣହତ୍ୟା କରାଯାଇଛି । ଗୋଟିଏ ଘଟଣାରେ ପ୍ରାୟ ୬୯ ଜଣ ହିନ୍ଦୁଙ୍କୁ ଅପହରଣ କରି ସେମାନଙ୍କୁ ହତ୍ୟା କରିଥିଲେ । ମ୍ୟାମାରର ରାଖିନ ପ୍ରଦେଶରେ ଥିବା ଆ-ନୋକ-ଖା-ମୋଙ୍ଗ ନାମକ ଏକ ଗାଁ ରେ ଆରାକାନ ରୋହିଙ୍ଗ୍ୟା ସାଲଭେସନ ଆର୍ମି ପକ୍ଷରୁ ଗାଁରେ ଥିବ ୬୯ ଜଣ ହିନ୍ଦୁଙ୍କୁ ଅପହରଣ କରି ନିଆଯାଇଥିଲା । ସେମାନଙ୍କ ଆଖିରେ ପଟି ବାନ୍ଧି ଅତି ନିର୍ମମ ଭାବେ ବନ୍ଧୁକ, ଛୁରୀ ଅଥବା ଲୁହା ରଡ ଦ୍ୱାରା ସେମାନଙ୍କୁ ହତ୍ୟା କରାଗଲା । ଯେଉଁମାନେ ଇସଲାମ ଧର୍ମ ଗ୍ରହଣ କରିବାକୁ ରାଜି ହେଲେ ସେମାନଙ୍କୁ ଛାଡି ଦିଆଗଲା । ଫଳରେ ମାତ୍ର ୧୬ ଜଣ ବଞ୍ଚିପାରିଥିଲେ ।

ସମ୍ବନ୍ଧିତ ଖବର