ରୋହିଙ୍ଗ୍ୟା ଶରଣାର୍ଥୀ ବିଦାହେବା ମାମଲା: ଶୁଣାଣି ଡିସେମ୍ବର ୫କୁ ଘୁଞ୍ଚିଲା

ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ଆଜି ରୋହିଙ୍ଗ୍ୟା ମୁସଲିମ୍‌ ଶରଣାର୍ଥୀଙ୍କୁ ଦେଶରୁ ବିଦା କରିବା ମାମଲାର ଶୁଣାଣି ହୋଇପାରିନାହିଁ। ମାମଲାର ଶୁଣାଣିକୁ କୋର୍ଟ ଡିସେମ୍ବର ୫ ତାରିଖ ପର୍ଯ୍ୟନ୍ତ ଘୁଞ୍ଚାଇ ଦେଇଛନ୍ତି। ଉଲ୍ଲେଖଯୋଗ୍ୟ, ରୋହିଙ୍ଗ୍ୟାମାନେ ବେଆଇନ ଶରଣାର୍ଥୀ ଏବଂ ସମାନେ ଦେଶର ସୁରକ୍ଷା ପ୍ରତି ବିପଦ ଦର୍ଶାଇ ସେମାନଙ୍କୁ ଦେଶରୁ ବିତାଡ଼ିତ କରିବା ସମ୍ପର୍କରେ କେନ୍ଦ୍ର ସରକାର ଦାବି କରି ଆସୁଛନ୍ତି। ଏପରିକି ସରକାରଙ୍କ ପକ୍ଷରୁ ଏ ବାବଦରେ ସୁପ୍ରିମକୋର୍ଟରେ ସତ୍ୟପାଠ ମଧ୍ୟ ଦାଖଲ ହୋଇଛି। ତେବେ କେନ୍ଦ୍ର ସରକାରଙ୍କ ଏହି ଦାବିକୁ ବିରୋଧ କରି ଦୁଇଜଣ ରୋହିଙ୍ଗ୍ୟା ଶରଣାର୍ଥୀ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ। ଏହି ମାମଲରେ ଉଭୟ ଜାତୀୟ ସ୍ୱାର୍ଥ ଏବଂ ଶରଣାର୍ଥୀଙ୍କ ମାନବିକ ଅଧିକାର ମଧ୍ୟରେ ସନ୍ତୁଳନ ରକ୍ଷା କରି ନିଷ୍ପତ୍ତି ନିଆଯିବ ବୋଲି ମାନ୍ୟବର ଅଦାଲତ ପ୍ରାରମ୍ଭିକ ଶୁଣାଣିରେ ଟିପ୍ପଣୀ କରିଥିଲେ।

ସମ୍ବନ୍ଧିତ ଖବର