ଆବଶ୍ୟକ ପ୍ରକ୍ରିୟା ଅନୁସରଣ ନ କରି ରୋହିଙ୍ଗ୍ୟାମାନଙ୍କୁ ପ୍ରତ୍ୟାର୍ପିତ କରାଯାଇପାରିବ ନାହିଁ : ସୁପ୍ରିମକୋର୍ଟ

ନୂଆଦିଲ୍ଲୀ :  ରୋହିଙ୍ଗ୍ୟା ଶରଣାର୍ଥୀମାନଙ୍କ ପ୍ରତ୍ୟାର୍ପଣ ପ୍ରସଙ୍ଗରେ ଆଜି ଏକ ବଡ଼ ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ । ଆବଶ୍ୟକ ପ୍ରକ୍ରିୟା ପାଳନ ନ କରି ରୋହିଙ୍ଗ୍ୟା ମାନଙ୍କୁ ମିଆଁମାରକୁ ପ୍ରତ୍ୟାର୍ପଣ କରାଯାଇପାରିବ ନାହିଁ ବୋଲି କୋର୍ଟ କହିଛନ୍ତି ।

ଜମ୍ମୁରେ ୧୭୦ ଜଣ ରୋହିଙ୍ଗ୍ୟାଙ୍କୁ ଅଟକ ରଖାଯାଇଥିବାକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ଏକ ପିଟିସନ ଦାୟର କରାଯାଇଥିଲା । ସେମାନଙ୍କ ମୁକ୍ତି ପାଇଁ ରୋହିଙ୍ଗ୍ୟା ଶରଣାର୍ଥୀ ମହମ୍ମଦ ସଲିମୁଲ୍ଲା ଏହି ପିଟିସନ ଦାୟର କରିଥିଲେ । ଏହାର ଶୁଣାଣି କରି କୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି । ଏହା ସହିତ ମିଆଁମାରକୁ ରୋହିଙ୍ଗ୍ୟାମାନଙ୍କ ପ୍ରତ୍ୟାର୍ପଣକୁ ନେଇ କୋର୍ଟ ଚିନ୍ତା ପ୍ରକଟ କରିଛନ୍ତି ।

ମୁଖ୍ୟ ବିଚାରପତି ଏସଏ ବୋବଡେ, ଜଷ୍ଟିସ ଏଏସ ବୋପାନ୍ନା ଓ ଭି.ରାମସୁବ୍ରମଣ୍ୟମଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ରାୟ ଶୁଣାଇଛନ୍ତି ।

ତେବେ ଶୁଣାଣି ବେଳେ କେନ୍ଦ୍ର ସରକାର କହିଥିଲେ ଯେ ଭାରତକୁ ଅବୈଧ ଶରଣାର୍ଥୀ ଓ ଅନୁପ୍ରବେଶକାରୀଙ୍କ ରାଜଧାନୀ ହେବାକୁ ଦିଆଯିବ ନାହିଁ । ରୋହିଙ୍ଗ୍ୟାମାନେ ଶରଣାର୍ଥୀ ନୁହନ୍ତି ବୋଲି ମଧ୍ୟ କେନ୍ଦ୍ର ସରକାର କହିଥିଲେ । ପୂର୍ବରୁ ଆସାମରେ ଥିବା ରୋହିଙ୍ଗ୍ୟା ଶରଣାର୍ଥୀଙ୍କ ପ୍ରତ୍ୟାର୍ପଣ ବିରୋଧରେ ମଧ୍ୟ ସମାନ ଧରଣର ଏକ ଆବେଦନ ଆସିଥିଲା । ଆମକୁ ଆଇନର ପାଳନ କରିବାକୁ ହେବ । ଯେଉଁମାନେ ବେଆଇନ ଭାବେ ଭାରତକୁ ଆସିଛନ୍ତି ସେମାନଙ୍କୁ ମିଆଁମାରକୁ ପଠାଇଦିଆଯିବ ବୋଲି କେନ୍ଦ୍ର ସରକାର କହିଥିଲେ ।

ସମ୍ବନ୍ଧିତ ଖବର