ମୁମ୍ବାଇ : ମହାରାଷ୍ଟ୍ରରେ ସରକାର ଗଠନ ନେଇ ଅନିଶ୍ଚିତତା ଲାଗି ରହିଥିବାବେଳେ ଏନ୍ସିପି ନେତା ରୋହିତ ରାଜେନ୍ଦ୍ର ପାୱାର ବିଜେପି-ଶିବସେନା ମେଣ୍ଟ ଉପରକୁ ପ୍ରବଳ ବର୍ଷିଛନ୍ତି। ସରକାର ଗଠନକୁ ନେଇ ଏନ୍ଡିଏ ସହଯୋଗୀ ଦଳ ମଧ୍ୟରେ ଯେଉଁ ଲଢ଼େଇ ଜାରି ରହିଛି ତାହା ଗଣତନ୍ତ୍ର ପାଇଁ ଅପମାନ ବୋଲି ସେ କହିଛନ୍ତି। ଏନ୍ସିପି ସୁପ୍ରିମୋ ଶରଦ ପାୱାରଙ୍କ ନାତି ତଥା ରୋହିତ ରାଜେନ୍ଦ୍ର ଆଜି ଏକ ଫେସବୁକ୍ ପୋଷ୍ଟ୍ରେ କହିଛନ୍ତି, ସେ ବାଲାସାହେବ ଠାକ୍ରେଙ୍କୁ ଖୁବ୍ ସମ୍ମାନ କରନ୍ତି। ଯଦି ଆଜି ବାଲାସାହେବ ବଞ୍ଚିଥାନ୍ତେ ତେବେ ବିଜେପି କ’ଣ ଏମିତି ସାହସ କରିଥାନ୍ତା। ମହାରାଷ୍ଟ୍ର ଲୋକଙ୍କ ଉପରେ ବହୁ ନେତାଙ୍କ ଆର୍ଶୀବାଦ ରହିଛି। ଏମିତି ଜଣେ ନେତା ଥିଲେ ବାଲାସାହେବ ଠାକ୍ରେ। କିନ୍ତୁ ବିଜେପି ନିର୍ବାଚନ ପୂର୍ବରୁ ଗୋଟିଏ କଥା କହୁଛି ଏବଂ ନିର୍ବାଚନ ପରେ ଆଉ ଗୋଟିଏ କଥା କହୁଛି। ନିର୍ବାଚନ ପୂର୍ବରୁ ବିଜେପି ଶିବସେନା ସହ ସମାନ ଭାଗରେ କ୍ଷମତା ବାଣ୍ଟିବ ବୋଲି ପ୍ରତିଶ୍ରୁତି ଦେଇଥିଲା। କିନ୍ତୁ ଏବେ ବିଜେପି ଏହାର କଥା ବାହାରକୁ ଚାଲିଯାଇଛି ବୋଲି ସେ କହିଛନ୍ତି।
ବାଲାସାହେବ ବଞ୍ଚିଥିଲେ ବିଜେପି କ’ଣ ଏମିତି ସାହସ କରିଥାନ୍ତା, ରୋହିତ ରାଜେନ୍ଦ୍ର ପାୱାର
/sambad/media/post_attachments/wp-content/uploads/2019/11/s6g5s9g8s9dgsd9gsd9gsdggggggggggggggg.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)