ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳ ୧୨ ବର୍ଷର ବ୍ୟବଧାନ ପରେ ପୁଣି ଥରେ ଚାମ୍ପିଅନ୍ସ ଟ୍ରଫି ଜିତିବାର ଗୌରବ ହାସଲ କରିଛି। ପ୍ରଥମ ଦଳ ଭାବେ ମଧ୍ୟ ଏହି ସମ୍ମାନଜନକ ପ୍ରତିଯୋଗିତାକୁ ୩ଥର ଜିତିବାର ଐତିହାସିକ ସଫଳତା ଲାଭ କରିଛି। ଏହା ସହ ୨୫ବର୍ଷ ତଳେ ନ୍ୟୁଜିଲାଣ୍ଡଠାରୁ ଫାଇନାଲ୍ ହାରିବାର ମଧୁର ପ୍ରତିଶୋଧ ନେଇଛି। ୨୦୨୪ ମସିହାରେ ଟ୍ବେଣ୍ଟି-୨୦ ବିଶ୍ବକପ୍ ଜିତିବା ପରେ ଭାରତର ଏହା ମଧ୍ୟ ଲଗାତାର ଦ୍ବିତୀୟ ଆଇସିସି ଟ୍ରଫି ଥିଲା। ତେବେ ମ୍ୟାଚ୍ ଆରମ୍ଭ ହେବା ଦିନଠାରୁ ଆଇସିସି ଟ୍ରଫି ପରେ ଅଧିନାୟକ ରୋହିତ ଶର୍ମା ଅବସର ନେବେ ବୋଲି ଚର୍ଚ୍ଚା ହେଉଥିଲା। ଭାରତ ଟ୍ବେଣ୍ଟି-୨୦ ବିଶ୍ବକପ୍ ଜିତିବା ପରେ ଏହି ଚର୍ଚ୍ଚା ଆରମ୍ଭ ହୋଇଥିଲା।
ଏବେ ଭାରତ ଟ୍ରଫି ହାସଲ କରିବା ପରେ ରୋହିତ ନିଜ ଅବସରକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି। ମ୍ୟାଚ୍ ଜିତିବା ପରେ ସାମ୍ବାଦିକ ସମ୍ମିଳନୀରେ ରୋହିତ ଏହି ପ୍ରଶ୍ନର ଉତ୍ତର ଦେଇଛନ୍ତି। ସେ କହିଛନ୍ତି ଯେ, "ମୁଁ ଏବେ ଏହି ଫର୍ମାଟରୁ ଅବସର ନେବି ନାହିଁ। ଆଗକୁ ମୋ ଅବସରକୁ ନେଇ କୌଣସି ଗୁଜବ ପ୍ରଚାର ନହେଉ ସେଥିପାଇଁ ସ୍ପଷ୍ଟ କରୁଛି। ମୋର ଭବିଷ୍ୟତକୁ ନେଇ କିଛି ଯୋଜନା ନାହିଁ। ଯାହା ଚାଲୁଛି, ତାହା ଆଗକୁ ଚାଲିବ।"
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/03/18/2025-03-18t050210493z-t.jpg)
/sambad/media/media_files/2025/03/10/EuhwYUqVl1LH85WppaRC.jpg)